-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
12-May-2022
ପାଟଣାଗଡ (ରୁପେନ୍ଦ୍ର ମୁଣ୍ଡା) ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଧୂମାଭଟାରୁ ପାଟଣାଗଡ଼ ଯିବା ରାସ୍ତାରେ ଘୁମପାଲି ଛକଠାରେ ଜଣେ ବାଇକ୍ ଚାଲକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ୍ ଜଣକ ହେଲେ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ସୁଶାନ୍ତ ସାହୁ (୪୨) । ବାଇକ୍ ଚାଲକ ଜଣକ ପୋଲ ତଳେ ଅଚେତ ଅବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପାଟଣାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହାତ ବାଇକ୍ ଚାଳକକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିଲେ । ଖବର ପାଇ ବାଇକ୍ ଚାଲକଙ୍କ ପରିବାର ଲୋକେ ଡାକ୍ତରଖାନାକୁ ପହଞ୍ଚିଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି ।