-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଖଣି ମାଫିଆ କୁ ଗିରଫ ଦାବୀ ନେଇ ଥାନା ଅଧିକାରୀଙ୍କୁ ଭେଟିଲେ ମୃତକ ଙ୍କ ପରିବାର ସହ ଗ୍ରାମବାସୀ.

12-May-2022



ଟିଟିଲାଗଡ /ସିନ୍ଧେକେଲା : ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଘଟିଥିଲା ଏକ ଲୋମଟାଙ୍ଗୁରା ଘଟଣା l ଦେଢ଼ ଶହ ଫୁଟ ଗାତରେ ପଶି ଖଣିରୁ ରତ୍ନ ପଥର ସଂଗ୍ରହ କରିବାକୁ ଯାଇ ଦୁଇ ଶ୍ରମିକ ଙ୍କ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଗଲା l ଆଉ ଏହି ଘଟଣାକୁ ଚାପିବାକୁ ଖଣି ମାଫିଆ ରାଜୁ ସାହୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲା । ହେଲେ ଘଟଣା ସମ୍ପର୍କରେ ଖବର ପାଇ ବିଭିନ୍ନ ଗଣମାଧ୍ୟମ ଘଟଣା ସ୍ଥଳକୁ ପହଂଚିବା ପରେ ରତ୍ନ ପଥର ମାଫିଆ ରାଜୁ ସାହୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଟିଟିଲାଗଡ଼ ସହର ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା ଗୁଲମୀ ଗାଁ କୁ ଲାଗିଥିବା ତିଖାଳି ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଭାଲୁଡୁଙ୍ଗୁରିରୁ ବେଆଇନ ଭାବରେ ବର୍ଷ ବର୍ଷ ଧରି ଚାଲିଥିଲା ରତ୍ନ ପଥର ଖନନ କାମ l ଏହି କାମରେ ଖଣି ମାଫିଆ ରାଜୁ ସାହୁ ଗୁଲମୀ ତଥା ନୂଆପଡା ଗାଁ ସମେତ ଆଖ ପାଖ ଜଙ୍ଗଲ ଘେରା ଗାଁ ମାନଙ୍କରୁ ଶ୍ରମିକ ମାନଙ୍କୁ ଆଣି ରତ୍ନ ପଥର ଚୋରା କାରବାର ପାଇଁ ଗାତ ଖୋଲି ରତ୍ନ ପଥର ବାହାର କରିବା ପାଇଁ ନିୟୋଜିତ କରିଆସୁଥିଲା l ହେଲେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ଭିତିରି ଗୁମର ରତ୍ନ ପଥର ଖନନ କାମ ସମ୍ପର୍କରେ କଥା ପଦାକୁ ଆସିଥିଲା l ଏନେଇ ବନ ବିଭାଗ ଏବଂ ଟିଟିଲାଗଡ଼ ପୋଲିସ ବିଭାଗ ଦୁଇ ଗୋଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ତିନି ସପ୍ତାହ ପରେ ବି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ସାହୁର କୌଣସି ଖୋଜଖବର ମିଳିନାହିଁ l ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ବି ରତ୍ନ ପଥର ମାଫିଆର ଟେର ବି ଏଯାଏଁ ପୋଲିସ ପାଇନାହିଁ l ସେପଟେ ବନ ବିଭାଗ କେବଳ ଏକ ମାମଲା ରୁଜୁ କରି ଚୁପ ବସିଥିବା ବେଳେ ଘଟଣାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲା ଯୁବ କନ୍ଧ ସମାଜ ତଥା ମୃତକଙ୍କ ପରିବାର ଲୋକେ ବୁଧବାର ଗୁଲମୀ ଗ୍ରାମବାସୀଙ୍କ ସହ ଆସି ଟିଟିଲାଗଡ଼ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି l ସେପଟେ ଥାନା ଅଧିକାରୀ ରଞ୍ଜନ ବରିହା ଅଭିଯୁକ୍ତ ରାଜୁ ସାହୁ କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ତଥା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ନେଇ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ l ଆଗାମୀ ଆଠ ଦିନ ମଧ୍ୟରେ ରତ୍ନ ପଥର ମାଫିଆଙ୍କୁ ଗିରଫ କରିବାକୁ ଗ୍ରାମବାସି ତଥା ମୃତକ ଙ୍କ ପରିବାର ଦାବୀ କରିଛି l ଏହି ଆଲୋଚନା ସମୟରେ ଜିଲ୍ଲାକନ୍ଧ ସମାଜ ଯୁବ ସଂଗଠନ ର ଉପସଭାପତି ଧନେଶ୍ୱର ମାଝୀ, ଜିଲ୍ଲା ସଂଯୋଜକ ବାସୁଦେବ ଜାନି,ସୁରେନ ଭୋଇ, ବୈରାଗୀ ମାଝୀ, ଗୋପ ମାଝୀ, ମୁରିବାହାଲ ବ୍ଲକ ସମ୍ପାଦକ ତୁଳସୀ ରାମ ଭୋଇ, ନାରୀ ନେତ୍ରୀ ବନୀତl ପ୍ରଧାନୀ, ମୃତକଙ୍କ ପରିବାର ହେମ ଯାନୀ, ଅଷ୍ଟମୀ ଯାନୀ, ଟଙ୍କ ଯାନୀ, ଭରତ ଯାନୀ,ପଙ୍କଜ ପ୍ରଧାନୀ, ମୁରଲୀ ପ୍ରଧାନୀ, ବଂଶୀ ମାଝୀ, ଧନେଶ୍ୱର ଭୋଇ, ସଦା ମାଝୀ ସହ ଗୁଲମୀ ଗାଁ ର ଅଧିବାସୀ ମାନେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like