-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ସ୍ମାର୍ଟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ବିନିକାର ମୁକ୍ତିତୀର୍ଥ ପାପକ୍ଷୟ:ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ

12-May-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଧୀରେ ଧୀରେ ଉନ୍ନତି ଆଡ଼କୁ ଅଗ୍ରସର ହେଉଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପର୍ଯ୍ୟଟନ ସ୍ଥଳୀ ମୁକ୍ତିତିର୍ଥ ପାପକ୍ଷୟ ଘାଟ ଏଣିକି ସ୍ମାର୍ଟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ବୋଲି ବୁଧବାର ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ପୀଠ ପରିଦର୍ଶନରେ ଆସି ଏହା ପ୍ରକାଶ କରିଛନ୍ତି ।ଶ୍ରୀମତୀ ଜିଲ୍ଲାପାଳ ପୁଣ୍ୟପୀଠ ପାପକ୍ଷୟ ପୀଠକୁ ଆସି ଏହାର ପରିସରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର,ପାପକ୍ଷୟ ଘାଟ,ପାପରୁ ମୁକ୍ତି ଦେଉଥିବା ବଟବୃକ୍ଷ ଅର୍ଗଲି,ସମ୍ପୂର୍ଣ୍ଣ ପରିସର ବୁଲି ଦେଖିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଏହି ପୀଠର ସୌନ୍ଦର୍ଯ୍ୟ କରଣ ପ୍ରତି କି କି ପଦକ୍ଷେପ ନିଆଯିବ ସେନେଇ ଉପସ୍ଥିତ ଥିବା ପଦାଧିକାରୀ,ବିଜ୍ଞାପିତ ପରିଷଦ ସଦସ୍ୟ,ଅଞ୍ଚଳର ସଚେତନ ନାଗରିକ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ଵତନ୍ତ୍ର ଘାଟ ନିର୍ମାଣ,ପାହାଚ ଗୁଡ଼ିକର ପୁନରୁଦ୍ଧାର,ବୁଡ଼ ପକାଉଥିବା ସ୍ନାନ ଘାଟକୁ ସୌନ୍ଦର୍ଯ୍ୟ କରଣ,ପର୍ଯ୍ୟଟକଙ୍କ ବିନୋଦନ ପାଇଁ ଚିରସ୍ରୋତା ମହାନଦୀରେ ବୋଟିଂ ବ୍ୟବସ୍ଥା,ପର୍ଯ୍ୟଟକଙ୍କ ପାଇଁ ଟଏଲେଟ ବ୍ୟବସ୍ଥା, ବିଶ୍ରମାଗାର ନିର୍ମାଣ,ଶିଶୁ ଉଦ୍ୟାନ ଓ ପାର୍କ ନିର୍ମାଣ,ମହିଳା ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟ ସ୍ଥଳୀ ଓ ଶୌଚାଳୟ ନିର୍ମାଣ, ପରିସରକୁ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ କରଣରେ ପରିଣତ କରିବା ଆଦି ଉପରେ ଗୁରୁତ୍ତ୍ଵ ଦିଆଯାଉ ବୋଲି ଦାବି ହୋଇଥିଲା ।ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଏହି ପୁଣ୍ୟପୀଠର ଉନ୍ନତିକରଣ ଯେପରି ଶୀଘ୍ର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ଜଣାଇଦିଆଯିବ ବୋଲି କହିଛନ୍ତି । ସେହିପରି ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଠାରେ ବିଚାରାଧୀନ ଥିବା ବିନିକାକୁ ଉପଖଣ୍ଡ ମାନ୍ୟତା,ଅସମ୍ପୂର୍ଣ୍ଣ ରିଂ ରୋଡକୁ ତ୍ଵରାନିତ କରିବା,ସ୍ମାର୍ଟ ବସଷ୍ଟାଣ୍ଡ  ନିର୍ମାଣ,ନୂତନ ସିଏସି ବିଲଡିଂ, ଦୈନନ୍ଦିନ ମାର୍କେଟ ଷ୍ଟଲ,ବସଷ୍ଟାଣ୍ଡ ଷ୍ଟଲ,ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତିକରଣ ଆଦି ଶୀଘ୍ର କରାଯାଉ ବୋଲି ବିନିକା ବିଜୁ ଜନତା ଦଳ ନଗର ସଭାପତି ସୋମନାଥ ମିଶ୍ର,ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, କାଉନସିଲଲ ପ୍ରଦୀପ ବାଘ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ ।ଜିଲ୍ଲାପାଳଙ୍କ ଗସ୍ତ ଅବସରରେ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ,କନିଷ୍ଠ ଯନ୍ତ୍ରୀ ରତ୍ନାକର ଗାଇଗରିଆ,ଯୁବ ସଂଗଠକ ପୀତବାସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like