-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
11-May-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବୁର୍ଡl ପଂଚାୟତ ଠାରେ ସରପଞ୍ଚ ସୁଦିପ ସା ଙ୍କ ତତ୍ୱାବଧାନରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଲୋଇସିଂହା ଜିପିଇଓ କିଶୋର ଚନ୍ଦ୍ର ମାନସିଂ, ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ ମଂଚାସୀନ ଥିଲେ l ପିଇଓ ଲୋକନାଥ ନାଏକ, ବୁର୍ଡl ଯୋଗାଣ ସହାୟକ ଯlଜ୍ଞ କୁମାର ସାହୁ, ୱାର୍ଡମେମ୍ବର ଓ ଗାଁ ସାଥୀ ଉପସ୍ଥିତ ଥିଲେ l ଗରୀବଶ୍ରେଣୀ ପରିବାରଙ୍କୁ ଏହି କଲ୍ୟାଣ ଅନ୍ନ ଯୋଜନାରେ ସମ୍ପୃକ୍ତ ଥିବା ହିତାଧିକାରୀଙ୍କୁ 5 କେଜି ଲେଖାଏଁ ଚାଉଳ ବଣ୍ଟନ କରାଗଲା l ଉକ୍ତ କାର୍ଯ୍ୟକ୍ରମରେ ହାରାହାରି 50 ଜଣ ହିତାଧିକାରୀ ଉପସ୍ଥିତ ଥିଲେ l ସହଯୋଗରେ ବିଜେପିର ଭୁତନାଥ ନାଏକ, ଗୌରାଙ୍ଗ ନାଏକ, ରାଜୁ ସାହୁ, ବହାଦୁର ନନ୍ଦ, ଗୌତମ କୁଅଁର ସହ ଅନ୍ୟାନ୍ୟ କର୍ମକର୍ତା ମାନ ଉପସ୍ଥିତ ଥିଲେ l