-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ଦିଲ୍ଲୀ, (ପ୍ରେରଣା ଖବର) - କିଛିଦିନ ପାଇଁ ଦିଲ୍ଲୀ ଛାଡ଼ି ଗୋଆ କିମ୍ବା ଚେନ୍ନାଇରେ ରହିବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସୋନିଆ ଛାତି ଜନିତ ସଂକ୍ରମଣ ରୋଗରେ ପୀଡ଼ିତ। ଏବେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହା ତାଙ୍କ ପାଇଁ ଘାତକ ହୋଇପାରେ। ଏହି କାରଣରୁ ତାଙ୍କୁ ଡାକ୍ତର ଦିଲ୍ଲୀ ବାହାରେ କିଛିଦିନ ରହିବାକୁ ପରାମର୍ଶ ଦେଇଛନ୍ତି!!*ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ହିଁ ସୋନିଆ ଦିଲ୍ଲୀ ଛାଡ଼ିବେ। ତାଙ୍କ ସହ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ମଧ୍ୟରୁ ଜଣେ ରହିବେ। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେଉଛି। ଉଭୟ ଆସ୍ଥାମା ଓ ଛାତି ଜନିତ ସଂକ୍ରମଣରେ ସେ ପୀଡ଼ିତ। ପ୍ରଦୂଷଣ ଯୋଗୁ ତାଙ୍କ ରୋଗ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କୁ କିଛି ଦିନ ପାଇଁ ଦିଲ୍ଲୀ ବାହାରେ ରହିବାକୁ ପରାମର୍ଶ ଦେଇଛନ୍ତି!!*ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ସୋନିଆ ଜୁଲାଇ ୩୦ରେ ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ସେହିପରି ସେପ୍ଟେମ୍ବର ୧୨ରେ ରୁଟିନ୍ ମେଡିକାଲ ଚେକ୍ ଅପ୍ ପାଇଁ ସେ ଓ ରାହୁଲ ଗାନ୍ଧି କିଛି ଦିନ ପାଇଁ ବିଦେଶ ଗସ୍ତ ମଧ୍ୟ କରିଥିଲେ!!