-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
11-May-2022
ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା " ଡିଟେକ୍ଟିଭ୍ କରନ୍ - ଅର୍ଜୁନ" ମେ ୧୫ ଏଇ ରବିବାରରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ ମିଳିବେ ଓଡିଆ ସିନେ ଇଣ୍ଡଷ୍ଟ୍ରିର କମେଡି କିଙ୍ଗ ପପୁ ପମପମ ଓ ତାଙ୍କ ସହ ଯୋଡିଦାର ରହିବେ ପ୍ରଜ୍ଞା ଖଟୁଆ । ଉଭୟ କରନ୍- ଅର୍ଜୁନ୍ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଅଭିନେତ୍ରୀ ଭାବେ ପ୍ରିୟଙ୍କା ମହାପାତ୍ର, ପ୍ରିୟଙ୍କା ମହାନ୍ତି,ଓ ଲିପ୍ସା ମିଶ୍ରଙ୍କୁ ଏଥିରେ ଦର୍ଶକ ନାୟିକା ଭାବେ ଦେଖିବାକୁ ପାଇବେ । ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା
ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି । ପପୁ ପମପମ ନିଜେ କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ । ସିନେମାର ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ସେହିପରି ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାର ସୁଟିଂ ଶେଷ ହୋଇ ଯାଇଛି । ଚଳଚ୍ଚିତ୍ର ର ଅଡିଓ ରିଲିଜ୍ ପରେ ଦର୍ଶକମାନଙ୍କ ଦ୍ଵାରା ଗୀତ ଗୁଡ଼ିକ ବେଶ୍ ଲୋକାଦୃତ ହୋଇସାରିଛି। ଜୀ ସାର୍ଥକ ଓଡ଼ିଆ ଦର୍ଶକମାନଙ୍କ ରୁଚି , କଳା ସଂସ୍କୃତି ଓ ନିଛକ ଓଡ଼ିଆ କାହାଣୀ କୁ ସଦାସର୍ବଦା ଗୁରୁତ୍ବଦିଏ ବୋଲି ଜୀସାର୍ଥକ ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ ମତ ବ୍ୟକ୍ତ କରିଛନ୍ତି।
(ଅମୃତ ନନ୍ଦଙ୍କ ରିପୋର୍ଟ)