-+91-9937148622 |
prerana_bgr@rediffmail.com |
Thursday 30th July 2026 |
R.N.I. Regd No. ODIODI/2010/46693
Breaking News
10-May-2022
ଖପ୍ରାଖୋଲ(ବେଦବର ଛତ୍ରିଆ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ!ଗାନ୍ଧମାର୍ଦ୍ଧନ ପାହାଡ଼ର ପାଦଦେଶରେ ଅବସ୍ଥିତ!ଏଇପଟେ ହରିଶଙ୍କର ଏବଂ ପାହାଡ଼ ଅନ୍ୟ ପଟେ ନୃସିଂହନାଥ!ପ୍ରତ୍ୟକ ବର୍ଷ ବୈଶାଖ ପୁର୍ଣିମାରେ ଏଠି ବୈଶାଖ ମେଳା ବା ନୃସିଂହ ଚତୁର୍ଦଶୀ ପାଳିତ ହୋଇଥାଏ!ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଲୁ ଆସିଥାନ୍ତି ! ହରିଶଙ୍କର ବଲାଙ୍ଗୀର ଜିଲ୍ଲା ରେ ଅବସ୍ଥିତ ଥିବା ବେଳେ ନୃସିଂହନାଥ ମନ୍ଦିର ବରଗଡ଼ ଜିଲାରେ!ହରିଶଙ୍କରରୁ ନୃସିଂହନାଥ ଯିବାକୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ!ଏହି ରାସ୍ତା ଖାଲ ଢିପ ହୋଇଥିବାରୁ ଶ୍ରଦ୍ଧାଲୁ ମାନେ ଯିବା ଆସିବା କରିବାରେ ବହୁତ ଅସୁବିଧା ହୋଇଥାଏ l ଏହାକୁ ଦୃଷ୍ଟିରେ ରଖି ରେଙ୍ଗାଲି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେର ସବ କଲେକ୍ଟରଙ୍କ ସହିତ କଥା ହୋଇ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଛନ୍ତି! ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ପଞ୍ଚାୟତ ଆମ୍ବବହାଳି ଗ୍ରାମର ଲୋକମାନେ ବିନା ମୂଲ୍ୟରେ ରାସ୍ତା ମରାମତି କାର୍ଯ୍ୟ କରୁଛନ୍ତି!ରାସ୍ତା ରେ ମୁରୁମ ଦେଇ କିଭଳି ଲୋକେ ଯିବା ଆସିବ ସୁବିଧା ହେଇପାରିବ ତାହା ବ୍ୟବସ୍ଥା କରାଯାଇଛି!ସରପଞ୍ଚ ଙ୍କ ଏବଂ ଗ୍ରାମବାସି ଙ୍କ ଏଇପରି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣେଇଛନ୍ତି!