-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
10-May-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠି) ମାଧ୍ୟମିକ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଗତ ମାର୍ଚ୍ଚ ମାସରେ ହୋଇଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହେବା ସହ କମ ମାର୍କ ରଖିଥିବା ପିଲାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଅଭିଯୋଗ କରିଥିବା ବେଳେ ଏହି ପରୀକ୍ଷାର ସିସିଟିଭି ଫୁଟେଜକୁ ତଦାରଖ କରି ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ସଂଘ ପକ୍ଷରୁ ପକ୍ଷରୁ ଦାବି କରାଯାଇଛି ।ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ତୁରନ୍ତ ଏହି ନିଯୁକ୍ତିର ସିବିଆଇ ତଦନ୍ତ କରାଯାଇ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିବା ସହିତ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।