-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
10-May-2022
ଟିଟିଲାଗଡ଼/ବଙ୍ଗୋମୁଣ୍ଡା(ସନ୍ତୋଷ କୁମାର ନାଏକ) ବଙ୍ଗୋମୁଣ୍ଡା ରେଞ୍ଜ ଅଧିନସ୍ଥ ସିଂଧେକେଲା ବିଟ ଫରେଷ୍ଟର ଶ୍ରୀ ହରିହର ସ୍ବାଇଁ ଏକ ଲକ୍ଷ ତିରିଶ ହଜାର ଟଙ୍କା ଏକ ପ୍ରକଳ୍ପ କାର୍ଯ୍ୟ ରେ ଶ୍ରମିକ ପାଉଣା ଦେଖାଇ ହରିଲୁଟ କରିଥିବା ନେଇ ଭିଜିଲାନ୍ସ ବିଭାଗ ଗିରଫ ସହ ନଗଦ ଟଙ୍କା ଜବଦ କରିଛି । ବିଭିନ୍ନ ପ୍ରକାର ବନୀକରଣ କାର୍ଯ୍ୟକ୍ରମ ନିମନ୍ତେ ଆସୁଥିବା ଟଙ୍କା କେବଳ କାଗଜ,କଲମରେ ଦର୍ଶାଇ ହରିଲୁଟକରାଯିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ପୂର୍ବରୁ ଲିଖିତ ଅଭିଯୋଗ ହୋଇଥିଲା । ଓଡିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର ତରଫରୁ କେଶ ନଂ-୧୯,ତା୧୦-୦୫-୨୦୨୨,ଯୁ/ଏସ-୭(ବି)ପିସି, ଧାରା-୨୦୧୮ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି । ଭିଜିଲାନ୍ସ ବିଭାଗ ତରଫରୁ ତାଙ୍କ ଘରୁ ନଗଦ ୧୭ ଲକ୍ଷ ୨ ହଜାର ୫୫୦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।