-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଦେଶ ବିଦେଶ

ଓଡ଼ିଶାର କୋଭିଡ୍‌ ପରିଚାଳନା ମଡେଲକୁ ‘ହୁ’ର ପ୍ରଶଂସା

01-Oct-2020



ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍‌-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି। କୋଭିଡ଼ ପରିଚାଳନାରେ ଓଡ଼ିଶା ସରକାରଙ୍କ ତ୍ୱରିତ ପଦକ୍ଷେପ ଦେଶର ସବୁଠୁ ବଡ଼ କୋଭିଡ଼ ସ୍ୱାସ୍ଥ୍ୟ ସୁବିଧା ପ୍ରତିଷ୍ଠା, ପରୀକ୍ଷା ରଣନୀତି, ରୋଗୀ ସେବା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ସର୍ବୋପରି ମହାମାରୀ ପରିସ୍ଥିତିରେ ରାଜ୍ୟକୁ ଆସିଥିବା ବହୁ ସଂଖ୍ୟକ ପ୍ରବାସୀଙ୍କୁ ଉପଯୁକ୍ତ ଭାବେ ସେବା ଯୋଗାଇବାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓଡ଼ିଶାକୁ ପ୍ରଶଂସା କରିଛି।*
*ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୋର୍ଟାଲରେ ପ୍ରକାଶିତ ‘ଫ୍ରମ ଗଭର୍ଣ୍ଣାନ୍ସ ଟୁ କମୁନିଟି ରେସିଲିଏନ୍ସ: ଓଡ଼ିଶା ରେସପନ୍ସ ଟୁ କୋଭିଡ଼-୧୯’ ରିପୋର୍ଟରେ କୁହାଯାଇଛି ଯେ ଯେ ରାଜ୍ୟରେ କେହି କୋଭିଡ଼ ସଂକ୍ରମିତ ହୋଇ ନଥିବା ସମୟରେ ଗତ ମାର୍ଚ୍ଚ ୧୩ରେ ସର୍ବସାଧାରଣ ସ୍ଥଳକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେବା ସହିତ ପ୍ରଥମ କରି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ। ମାର୍ଚ୍ଚ ୧୫ରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଥିଲା। ଜିଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହିତ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।*
*ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାମାଜିକ ଦୂରତା ରକ୍ଷା, ଦକ୍ଷତା ବିକାଶ, ସଂକ୍ରମଣ ରୋକିବା କୌଶଳ, ଏକାନ୍ତବାସ ଓ ଚିକିତ୍ସା, ସଚେତନତା ଅଭିଯାନ ଆରମ୍ଭ କରାଯିବା ସହିତ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି ଓ ରଣନୀତି ବିକଶିତ କରିବା ଲକ୍ଷ୍ୟରେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବା ଭଳି ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି।*
ରିପୋର୍ଟରେ କୁହାଯାଇଛି ଯେ କୋଭିଡ଼ ପରିଚାଳନା ପାଇଁ ରାଜ୍ୟ ସରକାର ମାତ୍ର ଗୋଟିଏ ସପ୍ତାହ ଭିତରେ ଦେଶର ବୃହତ୍ତମ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଏହାଛଡ଼ା ସମସ୍ତ ଜିଲାରେ ୩୦ଟି କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା।*
ଓଡ଼ିଶାରେ କୋଭିଡ଼ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ‘ହୁ’ ଏବଂ ଜାତିସଂଘ ପ୍ରତିନିଧି ଦଳ ସ୍ୱାଧୀନ ଭାବେ ଅନୁଧ୍ୟାନ କରିବା ସହିତ ଏ ବିଷୟରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ମତ ବିନିମୟ କରିଥିଲେ। କଟକସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲ ରାଜ୍ୟସ୍ତରରେ ଉତ୍କୃଷ୍ଟ ମାନର ରୋଗୀ ସେବା ଯୋଗାଉଥିବା ସେମାନେ ମତବ୍ୟକ୍ତ କରିଥିଲେ।*
*ରାଜ୍ୟକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବା ସମୟରେ ଏହାକୁ ପରିଚାଳନା ପାଇଁ ଅନଲାଇନ ଇ-ପାସ, କଣ୍ଟାକ୍ଟ ଟ୍ରେସିଂ, ଖାଦ୍ୟ ଓ ରହିବା ସୁବିଧା, ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ପଦକ୍ଷେପ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆଦି ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଥିଲେ। ଟିଏମସିକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯିବା ଦ୍ୱାରା ସେଠାରେ ପ୍ରବାସୀଙ୍କୁ ରଖାଯାଇ ସଂକ୍ରମଣକୁ ରୋକାଯାଇପାରିଥିଲା।*
ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ଼ ସଂକ୍ରମଣ ରୋକିବାକୁ ଆଗୁଆ ଳକ୍‌ଡାଉନ ଘୋଷଣା, କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତ ସରପଞ୍ଚଙ୍କୁ ସମ୍ପୃକ୍ତ କରିବା ସହିତ ଗୋଷ୍ଠୀ ସମନ୍ୱୟ ରକ୍ଷା ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ମହାମାରୀକୁ ସରକାର ସହଜରେ ନିୟନ୍ତ୍ରଣ କରିପାରିଛନ୍ତି।*
ପୂର୍ବରୁ ପୋଲିଓ ମୁକାବିଲା ଅନୁଭୂତି, ଜାତୀୟ ଜନସ୍ୱାସ୍ଥ୍ୟ ନିରୀକ୍ଷଣ ପ୍ରକଳ୍ପର ଅଭିଜ୍ଞତା ଆଧାରରେ କୋଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ନକ୍ସା ତିଆରି ହୋଇଥିଲା ଏହାଦ୍ୱାରା ଉଚିତ ସଫଳତା ମିଳିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ, ଡାକ୍ତର, ଲାବୋରେଟୋରୀ ଟେକ୍ନିସିଆନ ଓ ପୁଲିସକୁ ଏସବୁ କାର୍ଯ୍ୟରେ ନିୟୋଜିତ କରିବା କ୍ଷେତ୍ରରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ।*
ରାଜ୍ୟ ସରକାରଙ୍କ ପକ୍ଷରୁ ଟେଷ୍ଟିଂ ସହିତ ରୋଗୀସେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ, ଟେଲି ମେଡ଼ିସିନ, ଗୁରୁତର ଥିବା କୋଭିଡ଼-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପୀ ଯୋଗାଣ ପଦକ୍ଷେପ ଉତ୍ତମ ରୋଗୀ ଦେବାର ପ୍ରକୃଷ୍ଟ ଉଦାହରଣ ବୋଲି ଏଥିରେ ଦର୍ଶାଯାଇଛି।*
ଡ଼ିଜିଟାଲ ପ୍ରକ୍ରିୟାରେ ସଂକ୍ରମିତ ଅଞ୍ଚଳ ଚିହ୍ନଟ, ସଂକ୍ରମିତଙ୍କୁ ସେବା ଯୋଗାଇବା କାର୍ଯ୍ୟ ହାତକୁ ନିଆଯିବା ସହିତ ପ୍ରବାସୀ ଶ୍ରମିକଙ୍କ ପାଇଁ ଇ-ପାସ ବ୍ୟବସ୍ଥା, ଜନସଚେତନତା ପାଇଁ ହ୍ୱାଟ୍ସଆପ ସେବା, କୋଭିଡ଼ ହସ୍ପିଟାଲର ଦକ୍ଷତା ତଦାରଖ ପାଇଁ ହେଲ୍‍ଥ ଫାସିଲିଟି ପୋର୍ଟାଲ ବ୍ୟବସ୍ଥା କରାଯିବା ଦ୍ୱାରା ସଂକ୍ରମଣ ରୋକିବା ସହଜ ହୋଇଥିଲା। ଲକଡାଉନ ସମୟରେ ୧,୮୦,୦୦୦ରୁ ଊର୍ଦ୍ଧ୍ବ ଡାକ୍ତର, ନର୍ସ, ପାରାମେଡ଼ିକ, ଆୟୁଷ, ପରିମଳ କର୍ମୀ, ପୁଲିସ ତଥା ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା।* *ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ, ହୁ, ୟୁଏନ ସଂସ୍ଥା ବିଭିନ୍ନ ପାଠ୍ୟକ୍ରମ ବିକଶିତ କରିଥିଲେ ଯାହା ଆଇସିୟୁ ପରିଚାଳନା ତାଲିମ ସହିତ ସାମାଜିକ ମନସ୍ତାତ୍ତ୍ୱିକ ସ୍ତରରେ ମନୋବଳ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା।*
ମାସ୍କ ଅଭାବ ପୂରଣ ପାଇଁ ରେକର୍ଡ଼ ସମୟ ଭିତରେ ଏସଏଚଜି-ମିଶନ ଶକ୍ତି ଗ୍ରୁପ ଦ୍ୱାରା ଏକ ନିୟୁତ ମାସ୍କ ତିଆରି କରାଯିବା ସହିତ ସଚେତନତା ଅଭିଯାନ, ଲକଡାଉନ ସମୟରେ ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଣ ବିଷୟ ମଧ୍ୟ ଉଲ୍ଲେଖନୀୟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

 

 

 

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like