-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
07-May-2022
ଗଞ୍ଜାମ ( ଭଗବାନ ପାଢି ଙ୍କ ରିପୋର୍ଟ) ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦିବାନ ବନ୍ଧର ଗାର୍ଡୱାଲ ଗତକାଲି କାଳବୈଶାଖୀ ଓ ଅତ୍ୟାଧିକ ବର୍ଷା କାରଣରୁ ଭୁଷୁଡ଼ିପଡିଛି।
ଖବର ନେବାରୁ ଜଣା ପଡିଛିକି ମା ରତନୀ ଏସ ହେଛ ଜି ଗ୍ରୁଫ କୁ ୧୦ଲକ୍ଷ୍ୟ ଟଙ୍କାରେ ମୁକ୍ତା ଯୋଜନା ତରଫରୁ ଏହି କାମ କରିବାପାଇଁ ମଞ୍ଜୁରୀ ମିଳିଥିଲା ।କିନ୍ତୁ ମିସ୍ତ୍ରୀ ସେଇ ଗାର୍ଡୱାଲ ରେ ପାଣି ନିଷ୍କାସନ ପାଇଁ ପାଇପ ଦେଇନଥିବା ଫଳରେ ଅତ୍ୟାଧିକ ବର୍ଷା କାରଣରୁ ପ୍ରାୟ ୨୦ମିଟର ୱାଲ ଭୁଷୁଡ଼ି ପଡିଛି
ଏହା କୁ ନେଇ ଏନଏସି ର କାର୍ଯ୍ୟନିର୍ବାବାହୀ ଯନ୍ତ୍ରୀ ସୁଧାକର
ଦାଶ କାମ କରିଥିବା ଗ୍ରୁଫ କୁ ତାଗିତ କରିବା ସହ ଆଗାମୀ ୧୦ଦିନ ମଧ୍ୟରେ କାମ ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଏହାକୁ ନେଇ ଏବେ ବିଜେପି ହିନ ରାଜନୀତି କରୁଥିବାରୁ ସାଧାରଣରେ କଟୁ ବଚନ ଶୁଣିବାକୁ ମିଳୁଛି ବିଯେପି କୁ।
ବର୍ତମାନ ଯୋଉ ଗାର୍ଡ ୱାଲ ଟି ଭୁଷୁଡିଛି ତାହାର ଯାହା ଖର୍ଚ୍ଚ ହେବ ନିଜେ ସେଇ ଗ୍ରୁଫ ହିଁ କରିବେ ବୋଲି କହି ଛନ୍ତି କାର୍ଯ୍ୟନିର୍ବାହିଁ ଯନ୍ତ୍ରୀ।