-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ବଲାଙ୍ଗିର,(ପ୍ରେରଣା ଖବର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୈଦିପାଲିରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ୍ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ପୌରସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ୍, ଜିଲ୍ଲା ପରିଷଦ ସଭ୍ୟା ସଂଙ୍ଗୀତା ସୁନା, ବୈଦିପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଜାତା ରାଉତ, ସମିତି ସଭ୍ୟ ପାରେଶ୍ୱର ଭୋଇ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଚକ୍ର ଥାଟୀ, ବଲାଙ୍ଗିର ବ୍ଲକ ଶିକ୍ଷା ବିଭାଗର ଏବିଇଓ ଉତ୍ତମ କୁମାର ନାୟକ, ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜକୁମାର ବରାଡ ଏବଂ ମୁଖ୍ୟବକ୍ତା ଭାବରେ ବଲାଙ୍ଗିର ପୂର୍ବତନ ସୈନିକ ସଂଘର ସମ୍ପାଦକ ତଥା ରାଜ୍ୟ ଭେଟେରେନ୍ ସୋଲ୍ଜରସ୍ ଏସୋସିଏସନ୍ର ଉପସଭାପତି ପ୍ରତାପ ଚନ୍ଦ୍ର ରଥ ଯୋଗ ଦେଇଥିଲେ । ବାର୍ଷିକ ଉତ୍ସବର ସଭାପତି ବଲାଙ୍ଗିର ବ୍ଲକର ଶିକ୍ଷା ଅଧିକାରୀ ରାଘବ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ କୁମାର ଖମାରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବାର୍ଷିକ ଉତ୍ସବର ସଭାପତି ଛାତ୍ରଛାତ୍ରୀ ତଥା ଅବିଭାବକମାନଙ୍କୁ ଶିକ୍ଷାରୁ ଯେମିତି କେହି ବଞ୍ଚିତ ନହେବେ ତା’ ଉପରେ ଆଲୋକପାତ କରିଥିଲେ । ବାର୍ଷିକ ଉତ୍ସବରେ ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ‘ଶିକ୍ଷା ଅଟଇ ମହା ଧନ ବାଳକେ କର ଉପାର୍ଜନ’ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ସେବାରେ ନିଜକୁ ସମର୍ପିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନେରଞ୍ଜନ କାର୍ଯ୍ୟକ୍ରମକୁ ଗ୍ରାମବାସୀ ତଥା କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପଭୋଗ କରିଥିଲେ । ଦୀର୍ଘ ବର୍ଷ ପରେ ବିଦ୍ୟାଳୟରେ ହୋଇଥିବା ବାର୍ଷିକ ଉତ୍ସବକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନେ ପୁରଷ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସୁନୀଳ ହୋତା, ବିପିନ ବିଶ୍ୱାଲ, ଶ୍ରୀମତୀ ସ୍ମିତା ପାଠୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ସଦସ୍ୟା ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।