-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବଲାଙ୍ଗୀର( ମଳୟ ମିଶ୍ରଙ୍କ ରିପୋର୍ଟ ):: ଗତ ୨୩ ତାରିଖରେ ଟିଟିଲାଗଡ ସିରଭଟାପଡାର ଜଣେ ରେଳବାଇ କର୍ମଚାରୀ ଦିଲିପ କୁମାରଙ୍କ ନବମଶ୍ରେଣୀର ଛାତ୍ର ମୋହନ କୁମାରଙ୍କୁ ତାଙ୍କ ଘରେ ଆସି ରହୁଥିବା ସମ୍ପର୍କୀୟ କେସିଙ୍ଗାର ସୁମିତ ବିହାରୀ ଟିଉସନ ଗଲାବେଳେ ଭୁଲାଇନେଇ ହତ୍ୟା କରି ମୁଣ୍ଡକୁ ପଥରରେ ଛେଚି ବିକୃତ କରିଦେଇ ଏକ ନିର୍ମାଣ ଚାଲିଥିବା ମାଟିଖାଲରେ ଲୁଚାଇ ଫିଙ୍ଗିଦେଇଥିବା ଓ ଫୋନ୍ ମେସେଜ୍ ରେ ମାଓବାଦୀଙ୍କ ନାଁ' ଧରି ୧୦ ଲକ୍ଷ ଟଙ୍କା ମାଗିବା ଏବଂ ମିଛ କହିବାରୁ ଘରଲୋକଙ୍କ ସନ୍ଦେହରେ ଅଭିଯୁକ୍ତକୁ ଧରିନେଇ ଥାନାରେ ଜିମାଦେବାରୁ ସତ୍ୟ ଉଦ୍ ଘାଟିତ ହେବା ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି । ପୁଲିସ୍ ମାମଲା ଋଜୁ କରି ମୃତବାଳକର ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ଘଟଣା ୨୪ ବର୍ଷତଳେ ଟିଟିଲାଗଡରେ ଘଟିଥିବା ୭ ଲକ୍ଷ ଟଙ୍କା ଦାବିକରି ବହୁଚର୍ଚ୍ଚିତ ବିକାଶଲାଠ ଅପହରଣ ଓ ହତ୍ୟାକାଣ୍ଡମାମଲାକୁ ମନେ ପକେଇ ଦେଇଛି । ତେବେ ଅଦ୍ୟାବଧି ସିବିଆଇ ତଦନ୍ତ ସତ୍ତ୍ୱେ ସେହି ଚାଞ୍ଚଲ୍ୟକର ଅପରାଧମାମଲାର ହତ୍ୟାକାରୀମାନଙ୍କୁ ଧରାଯାଇପାରିନାହିଁ ।