-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ବରଗଡ଼:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅଧିନସ୍ଥ ଟେମରୀ ଗ୍ରାମପଞ୍ଚାୟତ ର ସୋଢ଼ା ଗ୍ରାମ ଠାରେ ଗ୍ରାମବାସୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମ ର ମଝିଦାଣ୍ଡ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଗତକାଲି ଠାରୁ ଖୁବ ଉତ୍ସାହର ସହ ପାଳନ କରାଯାଉଛି । ଗତକାଲି କଳସ ଯାତ୍ରା ପରେ ବିଭିନ୍ନ ଗ୍ରାମ ରୁ ଆସିଥିବା ମହିଳା ରଙ୍ଗୀନ ସଙ୍କିତ୍ତନ୍ୟ ଦଳ ଆସି ହରେକୃଷ୍ଣ ହରେରାମ ନିତାଇ ଗୈାର ରାଧେଶ୍ୟାମ ନାମ ଧରି ବିଭିନ୍ନ ଢ଼ଙ୍ଗରେ ତାଙ୍କ ନୃତ୍ୟ ପରିବେଷଣ କରିଛନ୍ତି । ଗତକାଲି ଠାରୁ ୨୯.୦୪.୨୦୨୨ ତାରିଖ ରୁ ୦୧.୦୫.୨୦୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ବ୍ୟାପି ଏହି ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଆଜି ଡଙ୍ଗାଛଞ୍ଚା ର ମହିଳା ରଙ୍ଗିନ ପରେପରେ ପଥୁରି ମହିଳା ରଙ୍ଗିନ, ବୁକୁରାମୁଣ୍ଡା ପୁରୁଷ ରଙ୍ଗିନ,ନିଜ ଗ୍ରାମ ସୋଢା ର ଉପରପଡା ପୁରୁଷ ରଙ୍ଗିନ,ସୋଢା ର ତଲିପଡା ପୁରୁଷ ରଙ୍ଗିନ ତାଙ୍କ କରିସ୍ମା ଦେଖାଇଚାଲିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ର ମୁଣ୍ଡଘାଟ ଜଗନ୍ନାଥ ଦାସ, ପୁରୁଷ ରଙ୍ଗିନ,ସୂବର୍ଣ୍ଣପୁର ଜିଲ୍ଲା କପାସିରା ଗ୍ରାମ ର ବିଚିତ୍ର ପ୍ରଧାନ ପୁରୁଷ ରଙ୍ଗିନ,ଯୋଖିପାଲି ବରଗଡ ଜିଲ୍ଲା ର ମହିଳା ଉଦଣ୍ଡ,ପିପିଲିପାଲି ର ଦେବକୀ ସାହୁ ମହିଳା ଉଦଣ୍ଡ ଙ୍କୁ କମିଟି ତରଫରୁ ନିମନ୍ତ୍ରିତ କରାଯାଇଛି । ଦର୍ଶନ ଙ୍କ ପାଇଁ ମାଗଣା ରେ ଗ୍ରାମବାସୀ ଙ୍କ ତରଫ ରୁ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଛି ।ଦିର୍ଘ ଦୁଇବର୍ଷ ମହାମାରୀ କରୋନା ପାଇଁ ନାମ ଯଜ୍ଞ ଏ ଅଞ୍ଚଳରେ ହୋଇ ପାରିନଥିଲା । ଯଦ୍ୱାରା ଶ୍ରଦ୍ଧାଳୁ ଭକ୍ତ, ଦର୍ଶକ ବହୁ ଦୂରଦୂରାନ୍ତରୁ ଆସୁଥିବା କାରଣ ରୁ ବ୍ୟାପକ ଭାବେ ଜନସମାଗମ ହେତୁ ଗ୍ରାମର ଯୁବଗୋଷ୍ଠୀ ଶୃଙ୍ଖଳା ପାଇଁ ଲାଗିପଡିଥିବାର ଦେଖାଦେଇଛି ।