-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ସୋନପୁର-ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ଚାଷଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି।କିନ୍ତୁ ଜିଲ୍ଲାରେ ଉଠା ଜଳସେଚନ ବିଭାଗର ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୨୦୨୦ -୨୧ ମସିହା ଜିଲ୍ଲାର ପ୍ରାୟ ୩୦୦୦ ଚାଷୀ ଉଠାଜଳସେଚନ ବିଭାଗର ନଳ କୂପ ନେଇ ସାଧାରଣ ବର୍ଗ ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଚାଷୀ ୧୦ ହଜାର ଟଙ୍କା ନିଜର ଅଂଶଧନ ବ୍ୟାଙ୍କରେ ପୈଠ କରି ଅନଲାଇନରେ ପଞ୍ଜିକରଣ କରିଛନ୍ତି। ଦୀର୍ଘ୍ୟଦିନ ବିତିଯାଇଥିଲେ ମଧ୍ୟ ଏହାର ପ୍ରକିୟା ଆରମ୍ଭ ହୋଇପାରିନାହିଁ। ଏ ପଟେ ଏପ୍ରିଲ ମାସ ସରିଲାଣି। ଆଗକୁ ବର୍ଷା ଦିନ ଆସୁଛି। ଜିଲ୍ଲାରେ ଏବେ ନଳକୂପ କାର୍ଯ୍ୟ ନ ହୁଏ । ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ବହୁ ବିଳମ୍ୱିତ ହେବ ଅଭିଯୋଗ ହେଉଛି। ୨୦୧୭ ମସିହା ପରେ ଉଠା ଜଳସେଚନ ବିଭାଗ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନରେ ନଳକୂପ କରିବା ପାଇଁ ସୁବିଧା ମିଳିଛି। ଯାହା ଜିଲ୍ଲାର ଚାଷୀ ଅବେଦନ କରିଛନ୍ତି।ଉଠାଜଳସେଚନ ନିଗମର ଭୁବନେଶ୍ଵରସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ଏହାର ଟେଣ୍ଡର ବାହାର କରି ଏଜେନ୍ସିକୁ କାର୍ଯ୍ୟ ଦେଶ ହେବା ପରେ ଗଭୀର ନଳକୂପ ଖନନ ଓ ପ୍ରକଳ୍ପ ବିଦ୍ୟୁତ ସଂଯୋଗ କାମରେ ହେବା କଥା। ଜିଲ୍ଲାରେ ଚାଷୀ ଜିଲ୍ଲା ଉଠା ଜଳସେଚନ ଆସି ହଇରାଣ ହେଉଛନ୍ତି। କିନ୍ତୁ ଫଳ ପଦ ହେଉନାହିଁ। ଏ ସମ୍ପର୍କରେ ଜିଲ୍ଲା ଉଠାଜଳସେଚନ ବିଭାଗରୁ ଜଣାପଡିଛି ଯେ ନିଗମର ମୂଖ୍ୟ କାର୍ଯ୍ୟାଳୟ ଟେଣ୍ଡର କରୁଛି। କାର୍ଯ୍ୟାଦେଶ ପ୍ରଦାନ ପରେ ଅନୁମତି ମିଳିଲେ କାମ ଆରମ୍ଭ ହେବ। ଚାଷଓ ଚାଷୀ ପରି ସମ୍ବେଦନଶୀଳ କ୍ଷେତ୍ରର ବିକାଶ ପାଇଁ ଜିଲ୍ଲାରେ ଉଠା ଜଳସେଚନର ବିଭାଗ ଗଭୀର ନଳକୂପ ଖୋଲିବା ପ୍ରକିୟା ତ୍ଵରାନ୍ନତି କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଠୋସ ପଦକ୍ଷେପ ନେବାକୁ ଦାବୀ ହେଉଛି।