-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
28-Apr-2022
ବଲାଙ୍ଗୀର,(ପ୍ରେରଣା ଖବର)- ବଲାଙ୍ଗୀରର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବଲାଙ୍ଗୀର ଜିଲ୍ଲା ରହିଛି । ଏହି କ୍ରମରେ ଅନେକ ଗୁଡିଏ ପ୍ରକଲ୍ପ ହୋଇସାରିଛି ଓ ଆଗକୁ ଆହୁରି ପ୍ରକଲ୍ପ ହେବାକୁ ଅଛି ବୋଲି ବଲାଙ୍ଗୀର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ଅନେକଗୁଡିଏ ପ୍ରକଲ୍ପର ଉଦଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ କୁମାର ତ୍ରୀପାଠି କହିଛନ୍ତି । ପ୍ରଥମେ ସେ ହରିଶଙ୍କର ପର୍ଯ୍ୟଟନସ୍ଥାଳୀରେ ନୂତନ କରି ନିର୍ମାଣ ହୋଇଥିବା ଓ ସ୍ୱୟଂ ସହାୟକ ଦଳଙ୍କ ଦ୍ୱାରା ପରିଚାଳିତ ପାନ୍ଥନିବାସକୁ ଉଚ୍ଚପ୍ରଶଂସା କରିଥିଲେ । ସେଠାରୁ ବେଲପଡା ବ୍ଲକର ସାରସଚୁଆଁର ଏକ ସାରସ ଫାର୍ମ ପରିଦର୍ଶନ କରିଥିଲେ । ଏହାପରେ ବଲାଙ୍ଗୀର ସହରକୁ ଆସି ଭୀମଭୋଇ ମେଡିକାଲ କଲେଜ ପରିସରରେ ୨କୋଟି ଟଙ୍କାର ଏକ ସ୍ପୋର୍ଟସ କମ୍ପେ୍ଲକ୍ସ ଓ ଗାନ୍ଧୀ ଷ୍ଟାଡିୟମରେ ୨.୪କୋଟି
ଟଙ୍କାର ଏକ ନୂତନ ଗ୍ୟାଲେରୀର ଶୀଳାନ୍ୟାସ କରିଥିଲେ । ଗାନ୍ଧୀ ଷ୍ଟାଡିୟମରେ ଜାତୀୟସ୍ତରୀୟ କ୍ରୀଡାପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୀମଭୋଇ ମେଡିକାଲଜର ଡିନ ଡ.ସବିତା ମହାପାତ୍ର, ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର,ସାଧାରଣ ସଂପାଦକ ହରିନାରାୟଣ ପୂଜାହାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ । ପରେ ସେ ଲର୍କିପାଲିର ସରକାରୀ ଆଇଟିଆଇ ଓ ପଲିଟେକ୍ନୀକର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସଂଧ୍ୟା ୬ଟା ସମୟରେ ଲର୍କିପାଲିସ୍ଥିତ ବିକେଏନ ଦୁଗ୍ଧ ୟୁନିୟନ ପକ୍ଷରୁ କରାଯାଇଥିବା କର୍ମଶାଳାରେ ଯୋଗଦେଇଥିଲେ । ଏହିଠାରେ ସେ ବିକେଏନ ଦୁଗ୍ଧ ୟୁନିୟନ ପକ୍ଷରୁ ଦେଓଗାଁ-ସଇଁତଳା ଓ ଗୁଡଭେଲା ବ୍ଲକରେ ୩୦ଟି ନୂତନ କରି ଗଠନ ହୋଇଥିବା ସୋସାଇଟିକୁ ଉଦଘାଟନ କରିଥିଲେ । ଏହି ସବୁ ବ୍ଲକରେ ୩ଟି କ୍ଲଷ୍ଟର
ସେଣ୍ଟର ସମେତ ୩୦ଟି ସୋସାଇଟି ଜରିଆରେ ଦୁଗ୍ଧଚାଷିଙ୍କଠାରୁ ପ୍ରାୟ ୬୦୦୦ଲିଟର କ୍ଷୀରସଂଗ୍ରହ କରାଯିବ । ଏଥିରେ ୯୦୦ରୁ ଅଧିକ ଚାଷି ଉପକୃତ ହେବେ । ଏଥିପାଇଁ ଡବ୍ଲୁଓଡିସି ପକ୍ଷରୁ ୧କୋଟି ୪୨ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି ସଭାରେ ରାଜୀବଲୋଚନ ଖଟୁଆଙ୍କ ସମେତ ୩ଜଣ ସଫଲ ଦୁଗ୍ଧଚାଷିଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା ଓ ଓମଫେଡର ଏକ ମୁଖପତ୍ରକୁ ଉନ୍ମୋଚନ କରାଯାଇଥିଲା । ସେଠାରୁ ଆସି ଶ୍ରୀ ତ୍ରୀପାଠୀ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟ ଛକଠାରେ ଆମର ଓମଫେଡ ପାର୍ଲକୁ ଉଦଘାଟନ କରିଥିଲେ । ପରେ ଦୁଲଦୁଲୀ କଳାପରିଷଦର ଲୋକକଳା ଉତ୍ସବରେ ଯୋଗଦେଇଥିଲେ । ୨୮ ତାରିଖରେ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲାପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା,ଏସପି ନୀତିନ କୁସଲକର ଡାଗଡୁ,ଜିଲ୍ଲା ଯୋଜନା ଓ ସମନ୍ୱୟବିଭାଗର ଅଧିକାରୀ,ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦବିଭାଗ ଅଧିକାରୀ ସନ୍ତୋଷ ପଣ୍ଡା,ଓମଫେଡର ସାଧାରଣ ପରିଚାଳକ ଡ.ସରୋଜକୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।