-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
ରେଢାଖୋଲ, (ପ୍ରେରଣା ଖବର)- ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ,ରେଢାଖୋଲ ବ୍ଲକ , ବୁର୍ଡା ପଞ୍ଚାୟତ ଅନ୍ତର୍ଗତ ବଡନୁଆପଡା ଗ୍ରାମରେ ଜାତିଆଣ ଆକ୍ଷେପକୁ ନେଇ ଚେରେଙ୍ଗା ସୁନା ନାମକ ଜଣେ ଗଣ୍ଡା ସମାଜର ବ୍ୟକ୍ତି ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଅଛନ୍ତି।ଏ ସଂକ୍ରାନ୍ତରେ ଚାରମାଳ ଥାନା କେସ ନମ୍ବର ୧୬୮/୨୦୨୦ ରେ ଧାରା ୨୯୪ ରେ ଏକ ମାମଲା ରୁଜୁ ହୋଇଛି।
ପ୍ରକାଶ ଥାଉକି ଗତ ୩ବର୍ଷ ଧରି ବଡନୁଆପଡା ଗ୍ରାମରେ ହରିଜନ ସଂପ୍ରଦାୟର ପ୍ରାୟ ୮ଟି ପରିବାର ବାଛନ୍ଦ ହୋଇ ରହୁ ଅଛନ୍ତି ବୋଲି ସେମାନେ କହିଛନ୍ତି । ଏପରିକି ସବୁ ସମୟରେ ଗ୍ରାମର ଉଚ୍ଚ ଜାତିଙ୍କ ଦ୍ୱାରା ନିଷ୍ପେସିତ ହେଉଥିବା କହିଛନ୍ତି। ବର୍ଷ ବର୍ଷ ଧରି ଆମେ ହରିଜନ ସଂପ୍ରଦାୟର ଲୋକଙ୍କୁ ଗ୍ରାମର ଉଚ୍ଚ ଜାତିର ଲୋକେ ହଇରାଣ ହରକତ କରୁଥିବା ମଧ୍ୟ ଅଭିଯୋଗ କରି ଅଛନ୍ତି।ବର୍ଷ ବର୍ଷ ଧରି ନିଷ୍ପେସିତ ହୋଇଥିଲେ ମଧ୍ଯ ବର୍ତ୍ତମାନ ବାଧ୍ଯ ହୋଇ ସମସ୍ତେ ଆସି ଥାନାରେ ଅଭିଯୋଗ କରି ଅଛନ୍ତି। ଆଜି କାଲିର ଦୁନିଆରେ ଜାତିଆଣ ଭେଦଭାବ ଲୋକଙ୍କ ମଧ୍ଯ ରହିଛି ଯାହାଫଳରେ ସମାଜରେ ବିଦ୍ୱେଷ ଦେଖାଦେଉଛି।