-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ଗଞ୍ଜାମ (ଭଗବାନ ପାଢୀ) : ଗତ ପଂଚାୟତ ନିର୍ବାଚନ ପରେ ବେଗୁନିଆପଡା ବ୍ଲକରେ ମଙ୍ଗଳବାର ଦିନ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବ ନିର୍ବାଚିତ ଅଧ୍ୟକ୍ଷା ରେଣୁ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥୀ ଭାବେ ଆସିକା ସଂସଦ ପ୍ରମିଳା ବିଶୋୟୀ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥିଲେ। ଏଥି ସହିତ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ସହକାରୀ ଯନ୍ତ୍ରୀ ସାଳା ସଙ୍ଗିତା ଟୁଡୁ,ଏବିଡିଓ ନିରଞ୍ଜନ ବେହେରା ଉପସ୍ଥିତ ରହିଥିଲେ। ପ୍ରଥମେ ନବ ନିର୍ବାଚିତ ସରପଞ୍ଚ,ସମିତିସଭ୍ୟ ଏବଂ ଜନ ପ୍ରତିନିଧି ମାନଙ୍କୁ ବ୍ଳକ ପ୍ରଶାସନ ତରଫରୁ ଉପଢକନ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ କରାଯାଇଥିଲା।ଏହା ପରେ ବୈଠକର ଉଦ୍ଦେଶ୍ୟ ଉପରେ ବିଧାୟିକା ଏବଂ ସାଂସଦ ସେମାନଙ୍କର ମତବ୍ୟକ୍ତ କରିଥିଲେ। ଏହା ପରେ ସ୍ବାସ୍ଥ୍ୟ, କୃଷି, ମୃତ୍ତିକାସଂରଖ୍ୟଣ , ଉଦ୍ୟାନ, ଗ୍ରାମ୍ୟ ଉନ୍ନୟନ, ଜଳ ଓ ପରିମଳ , ଆଇ ସି ଡ଼ି ଏସ , ଗୋଷ୍ଟି ଉନ୍ନୟନ, ଜଙ୍ଗଲ , ପଶୁ , ପ୍ରଭୁତି ବିସୟରେ ଆଲୋଚନା କରାଯିବା ସହିତ ନବନିର୍ବାଚିତ
ଜନ ପ୍ରତିନିଧି ମାନଙ୍କ ସହିତ ଉକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରାଯାଇଥିଲା । ବ୍ଲକ ସ୍ତରିୟ ସାତ ଟି ଷ୍ଟାଣ୍ଡଙ୍ଗି କମିଟି ଗଠନ କରାଯାଇ ଥିଲା। ପରବର୍ତୀ ସମୟରେ ଗୋଟିଏ ଦୁଇଟି ବିଭାଗକୁ ଡାକି ନୂତନ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ନେଇ ଆଲୋଚନା କରିବା ପାଇଁ ବିଡ଼ିଓ ଙ୍କୁ ବିଧାୟିକା କହିଥିଲେ । କେତେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ପ୍ରୋସିଡିଂ କରିବା ପାଇଁ ସଦସ୍ଯ ମାନେ ଦାବି କରିଥିଲେ । ଏଥିରେ ନବନିର୍ବାଚିତ ସରପଞ୍ଚ ,ସମିତିସଭ୍ୟ , ଜିଲ୍ଲାପରିଷଦ ସଦସ୍ୟ ଏବଂ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।