-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
କୋଦଳା(ଉମା ମହାରଣା) :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିକଟସ୍ଥ କିନାରୀ ଠାରେ ମଳ ଉପଚାର କେନ୍ଦ୍ର କୁ ଉଦଘାଟନ କଲେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଧେଶକ ସଚ୍ଚିଦାନନ୍ଦ ନାୟକ | ଆଧୁନିକ ଜ୍ଞାନ କୌଶଳ ଦ୍ୱାର ପରୀକ୍ଷାମୂଳକ ଭାବେ ନିର୍ମିତ ଦଶ ହଜାର ଲିଟର ବିଶିଷ୍ଟ ଉକ୍ତ ଟାଙ୍କି ରେ ମଳ କୁ ବିନିଯୋଗ କରାଯାଇ ତାହାକୁ ଖତ ଉପଯୋଗୀ କରାଯିବାର ବ୍ୟବସ୍ଥା ରହିଛି | ଏହି ଟାଙ୍କି ନିର୍ମାଣ କାର୍ଯ୍ୟ କୁ ଦେଖି ଶ୍ରୀ ନାୟକ ଖୁସି ବ୍ୟକ୍ତ କରିଥିବା ବେଳେ ଅଗାମୀ ଦିନରେ ଏହି ଟାଙ୍କି ରୁ ବାହାରିବାକୁ ଥିବା ଖତ
ଚାଷପଯୋଗୀ ହୋଇପାରିବ ବୋଲି କହିଛନ୍ତି |ଏହି ଉଦଘାଟନି କାର୍ଯ୍ୟକ୍ରମରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କୋଦଳା ତହସିଲଦାର ସସ୍ମିତା ଶତପଥି, , ଏନଏସି ଉପାଧ୍ୟାକ୍ଷା ରଂଜିତା ସେଠି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ସମେତ ଏନଏସି କର୍ମଚାରୀ ଓ ସ୍ୱଚ୍ଛ ସାଥି ଉପସ୍ଥିତ ଥିଲେ |ଉକ୍ତ କାର୍ଯ୍ୟ କୁ ଯଥା ଶୀଘ୍ର ସଂପ୍ରୁନ କରି କର୍ଯ୍ୟଉପଯୋଗି ହେବ ବୋଲି ଉପଦେଶ ଦେଇଥିଲା ।