-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ବରଗଡ଼:-ଆଜି ଛାତ୍ର କଂଗ୍ରେସ ର ରାଜ୍ୟ ସଭାପତି ୟାସିର ନୱାଜ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ରେ ଭିନ୍ନ ଭିନ୍ନ ପଦଗୁଡିକର କର୍ମରତ ଛାତ୍ର ମାନଙ୍କୁ ନିଯୁକ୍ତ କରିଛନ୍ତି । ଶ୍ରୀ ନୱାଜ ବରଗଡ଼ ର ପାଞ୍ଚ ଟି ନିର୍ବାଚନ ମଣ୍ଡଳୀ ପାଇଁ ପାଞ୍ଚଜଣ ଅଧ୍ୟକ୍ଷ ଚୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ଼ ନିର୍ବାଚନ ମଣ୍ଡଳୀ ରେ ଆୟୁଷ ପାଣ୍ଡେ ଅତାବିରା ପାଇଁ ଶୌମ୍ୟକାନ୍ତ ଦାସ ବିଜେପୁରରେ, ଅନ୍ତର୍ଯ୍ୟାମୀ ଭୋଇ ଭଟଲି ରେ ସଞ୍ଚୟ ବଗର୍ତ୍ତୀ ଏବଂ ପଦ୍ମପୁର ରେ ସୁରଜ ଭୋଇଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏହା ସହିତ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସୋସିଆଲ ମିଡିଆ ନିମନ୍ତେ ରୋହିତ ମେହେର ଙ୍କୁ କୋଡିନେଟର୍ ପଦ ଏବଂ ବିକ୍ରମ କ୍ରୀଷ୍ଣା ସରାଫ ଓ ଆକାଶ ପ୍ରଧାନ ଙ୍କୁ କୋଡିନେଟର ପଦ ପ୍ରଦାନ କରିଛନ୍ତି । ସମୟାନୁଯାୟୀ ଭିନ୍ନ ଭିନ୍ନ ସ୍ଥରରେ ପରିବର୍ତ୍ତନ ଉପଲବ୍ଧି କରି ସକ୍ରିୟ ସଦସ୍ୟମାନଙ୍କୁ ଏଭଲି ଗୁରୁ ଦାୟୀତ୍ବ ପ୍ରଦାନ କରାଇଥିବା ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ପାଇଛି । ଆଗାମୀ ଦିନରେ ବ୍ଲକ ଛାତ୍ର କଂଗ୍ରେସ କୁ ମଜଭୁତ କରିବା ପାଇଁ ପଦାଧିକାରୀ ଚୟନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ସମସ୍ତ ନବ ନିଯୁକ୍ତ ପଦାଧିକାରୀ ମାନେ ନିଜ ଉପରେ ଆସ୍ଥା ପ୍ରକଟ କରିଥିବାରୁ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ,ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ଓ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ର ସଭାପତି ଗୌରବ ପତି ଆଜାଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି