-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି'ଖ'କେନ୍ଦ୍ର ଚଟୁଅନକା ଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଂଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗ ଦେଇ ମାଆମାନେ କିଭଳି ଭାବରେ ଆଦ୍ୟ ଶୈଶବର ଯତ୍ନ
ନେବେ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ତାରି ଉପରେ ଉପସ୍ଥିତ ମାଆ ମାନଙ୍କ ସହିତ ଆଲୋଚନା କରିଥିଲେ।ସେମାନେ କିଭଳି ସ୍ୱାସ୍ଥ୍ୟ ର ଯତ୍ନ ନେବେ ଏବଂ ଔଷଧ ଖାଇବା ଉପରେ ଗୁରୁତ୍ୱ ଦେବା ସହିତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ମାନଙ୍କ ସହିତ ଯୋଗାଯୋଗ କରିବେ ସେଥି ପ୍ରତି ଧ୍ୟାନ ଦେବାକୁ କହିଥିଲେ।ସଭାରେ କିଶୋରୀ ବାଳିକା ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ନିୟମିତ ଔଷଧ ସେବନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା।ଏହି ସଭାରେ ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଈନ୍ଦୁମତି ମାଝୀ, କୁମୁଦିନୀ ମାଝୀ ଆଦି ସହଯୋଗ କରିଥିଲେ।