-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ) : ଭାରତ ସରକାରଙ୍କ ମାନ୍ୟତାପ୍ରାପ୍ତ ତଥା ଆଇଏସଓ ପ୍ରମାଣିତ ସଂସ୍ଥା "ମେଜିକ୍ ବୁକ୍ ଅଫ୍ ରେକର୍ଡ"' ପକ୍ଷରୁ ସହରର ଜଣାଶୁଣା ଯୁବ ସମାଜସେବୀ ଅମର ତାଣ୍ଡିଆଙ୍କୁ ସାମାଜିକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସକାଶେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି I କୋଭିଡ -୧୯ ସମୟରେ ଶ୍ରୀ ତାଣ୍ଡିଆ ଜ଼ିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରିବା,ରନ୍ଧା ଖାଦ୍ୟ ବଣ୍ଟନ କରିବା, ସ୍ୱାସ୍ଥ୍ୟ ମେଳା ଆୟୋଜନ ଆଦି କରି ଉଚ୍ଚ ପ୍ରଶଂସିତ ହୋଇଥିଲେ I ଶ୍ରୀ ଅମର ତାଣ୍ଡିଆ ସହରର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ "ସେବା" ର ଅଧକ୍ଷ ରହିଥିବା ବେଳେ ଗତ ୧୨ ବର୍ଷ ଧରି ସମାଜସେବା କାର୍ଯ୍ୟ କରି ଆସୁଛନ୍ତି I "ମେଜିକ ବୁକ୍ ଅଫ ରେକର୍ଡ"' ଅନୁଷ୍ଠାନ ପକ୍ଷରୁ ଶ୍ରୀ ତାଣ୍ଡିଆଙ୍କୁ ମାନପତ୍ର, ଟ୍ରଫି ଓ ପ୍ରତିକାତ୍ମକ ଗୋଲ୍ଲଡ଼ ମେଡାଲ ପ୍ରଦାନ କରାଯାଇଛି I ଶ୍ରୀ ତାଣ୍ଡିଆଙ୍କୁ
ଡକ୍ଟରେଟ୍ ସମ୍ମାନ ମିଳିବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କୁ ଶୁବେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I "ସେବା" ଅନୁଷ୍ଠାନର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ସରୋଜ ସାହୁ, ହୀରାଲାଲ ବେହେରା, ଲଷ୍ମୀ ପ୍ରସାଦ ମହାପାତ୍ର, ହୀରାକୁଦ ଲାୟନ୍ସ କ୍ଳବ ସଭାପତି କାର୍ତ୍ତିକ କଲେତ, ବିଳାସିନୀ ନାୟକ, ଅନିଲ ଦାଶ, ଅରବିନ୍ଦ ପାଣିଗ୍ରାହୀ, ସନତ କୁମାର ବେହେରା, ଦେବାଶିଷ ବେହେରା, ଶୁଭମ ଦେହୁରୀ, ମାନସ ସାହୁ, ପ୍ରକାଶ ମୁଣ୍ଡା, ଜ୍ଞାନ ରଞ୍ଜନ ପ୍ରଧାନ, ବିବଶ ପଟେଲ, ଇନ୍ଦ୍ରଜିତ ବାରିକ, ବିଶ୍ୱଜିତ ରାଉତ, ସନ୍ତୋଷ କୁମାର ନାୟକ ପ୍ରମୁଖ ଶ୍ରୀ ତାଣ୍ଡିଆଙ୍କୁ ଶୁବେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I