-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଅପରାଧ

ସମ୍ବଲପୁର - ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

19-Nov-2020



ସମ୍ବଲପୁର, (ପ୍ରେରଣା ଖବର) - ସମ୍ବଲପୁର ସହରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ଦଣ୍ଡେଇପାଲି ଠାରେ ବେଆଇନ ଭାବରେ ତାଙ୍କର ପୁତ୍ର ଧର୍ମାନ୍ତରୀକରଣ, ସମ୍ପତ୍ତି ଜବରଦଖଲ କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ବରିଷ୍ଠ ମହିଳା ପ୍ରେମ ମଞ୍ଜରୀ ସାହାଣୀ(୭୩)।

ପ୍ରେମ ମଞ୍ଜରୀ ସମ୍ବଲପୁର ଏସପି ଡା. କନୱର ବିଶାଳ ସିଂହଙ୍କୁ ବୁଧବାର ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ତାଙ୍କର ମଝିଆ ପୁତ୍ର ସୁବାଷ ସାହାଣୀ ତାଙ୍କର ମାନେଶ୍ୱର ତହସିଲର କୁଦୋପାଲି ମୌଜାର ମୋଟ ୪ ଏକର ୨୯ ଡିସିମିଲ ପୌତୃକ ଜମିରୁ ୧ ଏକର ୨୮ ଡିସିମିଲ ଜମି ଉପରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନେଇ ଷଡଯନ୍ତ୍ର ମୂଳକ ଭାବରେ ଦଖଲ କରି ଧର୍ମାନ୍ତରୀକରଣ ‘ହାଲୁଲୁଇଆ’ କେନ୍ଦ୍ର ସ୍ଥାପନ କରିଛନ୍ତି। ଆମେ ହିନ୍ଦୁ ସମାଜରୁ ହୋଇଥିବାବେଳେ ଅଜାଣତ ଓ ଅନିଚ୍ଛା ସତ୍ୱେ ପୁଅ ସୁବାଷ ନିଜେ ଧର୍ମାନ୍ତରିତ ହୋଇ ଉକ୍ତ କେନ୍ଦ୍ରକୁ ବେଆଇନ ଭାବରେ ସ୍ଥାପନ କରି ସରଳ ଓ ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରାଉଛି। ଲୋକଙ୍କୁ ଅନ୍ଧବିଶ୍ୱାସର ଶିକାର କରି ବିଭିନ୍ନ ରୋଗ, ସମସ୍ୟା ଆଦି ଠିକ୍ କରିବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ସେ ଲୁଟ୍ କରୁଛି। ଗାଁ ଲୋକ ଓ ପରିବାରବର୍ଗଙ୍କ ନିକଟରେ ଆମେ ଗୋଟିଏ ପ୍ରକାରର ବାସନ୍ଦ ହୋଇଯାଇଛୁ। ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ କୋଭିଡ – ୧୯ ଆଇନକୁ ବେଖାତିର କରି ଉକ୍ତ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଛି। ଆମେ ଏହି ସବୁ ବେଆଇନ କାର୍ଯ୍ୟକୁ ବିରୋଧ କରି ଆସୁଥିବାରୁ ପୁଅ ସୁବାଷ ଓ ତାଙ୍କ ସ୍ତ୍ରୀ ନିଲମ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ, ହତ୍ୟା ଧମକ ଓ ହତ୍ୟାର ପ୍ରୟାସ କରି ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସୃଷ୍ଟି କରି ଘରୁ ଧକ୍କା ଦେଇ ବାହାର କରି ଦେଇଛନ୍ତି। ଏଣୁ ଆମର ଝିଅ ସୁଜାତାଙ୍କ ଘରେ ଧନକଉଡା ଠାରେ ଆଶ୍ରୟ ନେଇଥିବା ବେଳେ ଷଡଯନ୍ତ୍ରମୂଳକ ଭାବରେ ଝିଅ ଓ ଆମ ନାମରେ ମିଥ୍ୟା ଅଭିଯୋଗ ଥାନାରେ କରିଛନ୍ତି।

ଏହା ସହିତ ସମ୍ପତ୍ତି ଲୋଭରେ ଲଗାତାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଆମକୁ ସୁରକ୍ଷା ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ବେଳେ କିନ୍ତୁ ମୋର ସ୍ୱାମୀ ବ୍ରଜେନ୍ଦ୍ର ସାହାଣୀ (୮୩) ଓ ମୁଁ ଅସହାୟ, ଭୟଭୀତ ଓ ଅସୁରକ୍ଷିତ ହୋଇ ରହିଛୁ ବୋଲି ଅଭିଯୋଗ ପତ୍ରରେ ପ୍ରେମ ମଞ୍ଜରୀ ଦର୍ଶାଇଛନ୍ତି। ଆମର ଅନିଚ୍ଛା ସତ୍ୱେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆମର ପୈତୃକ ସମ୍ପତ୍ତିକୁ ବେଆଇନ ଭାବରେ ଦଖଲ, ବିନା ଅନୁମତିରେ ଗୃହ ନିର୍ମାଣ, ଭୟଭୀତ ଓ ପ୍ରଲୋଭିତ କରି ହାଲୁଲୁଇଆ କେନ୍ଦ୍ର ସ୍ଥାପନ କରି ଧର୍ମାନ୍ତରୀକରଣ କରି ଆମର ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠା ଉପରେ ଆଘାତ କରିବା, ବେଆଇନ ବିଦ୍ୟୁତ ସଂଯୋଗ, କୋଭିଡ – ୧୯ ନିୟମ ଉଲ୍ଲଂଘନ ଭଳି ଅନେକ ପ୍ରକାରର ବେଆଇନ କାର୍ଯ୍ୟ ଚାଲିଥିବାର ଅଭିଯୋଗ ପୁତ୍ର ସୁବାଷଙ୍କ ବିରୋଧରେ ମାଆ ପ୍ରେମ ମଞ୍ଜରୀ ଏସପିଙ୍କ ନିକଟରେ କରିଛନ୍ତି। ଏଣୁ ପୁତ୍ର ସୁବାଷ ଓ ତାଙ୍କର ସ୍ତ୍ରୀ ନିଲମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେଆଇନ ଭାବରେ ଚାଲୁଥିବା ଧର୍ମାନ୍ତରୀକରଣ ଓ ଗୁଣିଗାରେଡି କାର୍ଯ୍ୟକୁ ବନ୍ଦ କରି ହାଲୁଲୁଇଆ କେନ୍ଦ୍ରକୁ ବନ୍ଦ କରିବାକୁ ପ୍ରେମ ମଞ୍ଜରୀ ଦାବି କରିଛନ୍ତି। ଏହା ସହିତ ପୈତୃକ ସମ୍ପତ୍ତିକୁ ଜବର ଦଖଲ ମୁକ୍ତ କରି ଫେରାଇବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏସପିଙ୍କ ନିକଟରେ ପ୍ରେମ ମଞ୍ଜରୀ ଓ ସୁଜାତା ଅନୁରୋଧ କରିଛନ୍ତି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଅଞ୍ଚଳରେ ଚହଳ ପଡିଯାଇଛି। ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରଶାସନର ଠିକ୍ ନାକ ତଳେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟ ସର୍ମ୍ପକରେ କିଭଳି ଜଣା ପଡି ନ ଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରେମ ମଞ୍ଜରୀ, ବ୍ରଜେନ୍ଦ୍ର ଓ ସୁଜାତଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିବା ସହିତ ଏସପି ଡା. ସିଂହଙ୍କୁ ସାକ୍ଷାତକାର କରି ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସପିଙ୍କୁ ସାକ୍ଷାତକାର ସମୟରେ ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ସୁଧିର ରଞ୍ଜନ ବହିଦାର, ଦେବାଶିଷ ପୁରୋହିତ, ଆଶିଷ ବାବୁ, ମୁକେଶ ଜରିୱାଲ, ଅନୁପ ଲାଟାଙ୍କ ସମେତ ଅନେକ ହିନ୍ଦୁ ସଙ୍ଗଠନର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହିଥିଲେ।*


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like