-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
କୋଦଳା(ଉମା ମହାରଣା) ମଦ ଯୋଗୁଁ ଉଜୁଡି ଯାଉଛି ସଂସାର | ଛାରଖାର ହୋଇଯାଉଛି ପିଲାଙ୍କ ଭବିଷ୍ୟତ | ଅଦିନରେ ଝଡି ପଡୁଛନ୍ତି ଯୁବକ ଠୁ ବୟସ୍କ | ବିଭିନ୍ନ ସ୍ଥାନରେ ବେଆଇନ ମଦ ବିକ୍ରି ହେଉଥିବାରୁ କିଛି ଜାଗାରେ ତେଜୁଛି ମହିଳା ମାନଙ୍କ ଆନ୍ଦୋଳନ | ସେହିପରି ମଦ କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ରବିବାର କୋଦଳା ୯ ନଂ ୱାର୍ଡ ର ଏସଏଚଜି ଗ୍ରୁପ୍ର ମହିଳା ମାନେ ଏକତ୍ରିତ ହୋଇ ବେଲପଡ଼ା ଛକ ଏବଂ ହଜସାହି ଠାରେ ମଦ ଜବତ କରି ମଦଗୁଡ଼ାକୁ ପୋଡ଼ି ନଷ୍ଟ କରି ଦେଇଥିଲେ ।ଦୀର୍ଘ ବର୍ଷ ଧରି ବେଆଇନ ଭାବେ ରାସ୍ତା କଡ଼ରେ ମଦ ବିକ୍ରି ହେବା ଦ୍ୱାରା ସେମାନଙ୍କ ସ୍ବାମୀ, ପରିବାର ଲୋକେ ମଦ ପିଇ ଘର ଭିତରେ, ଘର ବାହାରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ଆସୁଥିବା ଯୋଗୁଁ ମହିଳା ମାନେ ଉତ୍ତକ୍ଷିପ୍ତ ହୋଇ ଏପରି ପଦକ୍ଷେପ ନେଇଛନ୍ତି । ମଦ ପିଇବା ଦ୍ୱାରା ମଦୁଆ ଙ୍କ ଅଶ୍ଳୀଳ ଆଚରଣ ଯୋଗୁଁ ଅନେକ ସମୟରେ ଝିଅ,ବୋହୂ ମାନେ ଯିବା ଆସିବା କରିବା ପାଇଁ ଉଚିତ ମଣୁନାହାନ୍ତି । ତେଣୁ ସାଧାରଣରେ ମଦ ବିକ୍ରି ଓ ମଦ ପିଇବାକୁ ନିଷିଦ୍ଧ କରାଯିବାକୁ ମହିଳା ମାନେ ଦାବୀ କରିଛନ୍ତି |(ଉମା ମହାରଣା - କୋଦଳା )