-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||     

HOME   ଜିଲ୍ଲା

ଚାପରେ ନା ଦାୟରେ ? ନିର୍ବାଚିତାହେବା ପରେ ପରେ ଉପାଧ୍ୟକ୍ଷାଙ୍କର ବସ୍ତିଉଚ୍ଛେଦ ବାତିଲ୍ ଦାବି । ମାଛକଣ୍ଟା ଗିଳି ନପାରି ଅଡୁଆରେ ବିଜେଡି !

09-Apr-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ )  ବଲାଙ୍ଗୀର ମ୍ୟୁନିସିପାଲିଟିର ୨୦ ନମ୍ବର ଉଆର୍ଡରେ କାଉନସିଲର ଭାବେ  ନିର୍ବାଚିତା ହେଲାପରେ ବିଜେଡିର ସୁଶ୍ରୀ ଗାୟତ୍ରୀ ଭୋଇ  ଉପାଧ୍ୟକ୍ଷା ପଦ ମଣ୍ଡନ କରିଛନ୍ତି ।  ତାଙ୍କ ପରି ଜଣେ ଗରିବ ଆତ୍ମନିର୍ଭରଶୀଳା  ସମାଜସେବାରେ ବ୍ରତୀ  ଗ୍ରାଜୁଏଟ୍ ପ୍ରାର୍ଥିନୀଙ୍କୁ ଦଳୀୟ ଟିକେଟ୍ ଦେଇ ବିଜେଡି ପ୍ରଶଂସାଭାଜନ ହେବା ସହ ବିଜୟ ହାସଲ କରିଥିବାବେଳେ ଏବେ ଉପାଧ୍ୟକ୍ଷାଙ୍କର  ଇନ୍ଦିରାନଗରର ୭୦୦ ପରିବାରକୁ ଉଚ୍ଛେଦ କରା ନଯିବାକୁ ଅଧ୍ୟକ୍ଷାଙ୍କ ଜରିଆରେ ପ୍ରଶାସନ ବନାମ ସରକାରଙ୍କୁ ଏକ ଦାବିପତ୍ର ଦେଇଥିବା ଘଟଣା ଶାସକ ବିଜେଡିଦଳ ପାଇଁ ମାଛ ଖାଇ ତଣ୍ଟିରେ ମାଛକଣ୍ଟା ଗଳିଯାଇଥିଲା ପରି ଅଡୁଆ ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି । 

ଏହି ପ୍ରତିନିଧି ପୂର୍ବରୁ କହିଆସିଛି ଯେ , ପୌର ନିର୍ବାଚନରେ ସହରର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରତିବନ୍ଧକ ସୃଷ୍ଟି କରିପାରେ । ତେବେ ପୌରାଞ୍ଚଳବାସୀ ତଥାପି ଶାସକଦଳ ଉପରେ ଭରସା ରଖି ବହୁସଂଖ୍ୟାରେ ଭୋଟଦେଇ ବିଜେଡିର ପ୍ରାର୍ଥୀ / ପ୍ରାର୍ଥିନୀମାନଙ୍କୁ ଜିତାଇଛନ୍ତି ।  ତେବେ ପୌରନିର୍ବାଚନର ଅଳ୍ପଦିନ ପୂର୍ବରୁ ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଳରେ ଯେଉଁଭଳି ଢଙ୍ଗରେ ଦୀର୍ଘ ପଚାଶ / ଷାଠିଏ ବା ଅଧିକବର୍ଷ ଧରି ସହରର ଅପନ୍ତରାରେ ଅଧିକାଂଶତଃ ଘରବାଡି ନଥିବା ଗରିବଗୁରୁବା ଦିନମଜୁରିଆ ଶ୍ରେଣୀର ଲୋକେ ବସବାସ କରି ରହିଆସୁଥିଲେ , ସେମାନଙ୍କୁ ଅତି ନିର୍ଦ୍ଦୟ ଭାବରେ କୌଣସି ଉପଯୁକ୍ତ ଥଇଥାନ କରା ନଯାଇ  ତତ୍କାଳ ନାମମାତ୍ର ନୋଟିସ୍ ଦେଇ ବୁଲ୍ ଡୋଜର ଲଗାଇ କୋର୍ଟ ଆଦେଶ ଅଛି ଦର୍ଶାଇ ଖରାବର୍ଷାଭୀଷଣ ଶୀତଜାଡରେ ଘରଭାଙ୍ଗି ବିତାଡିତ କରାଗଲା , ତାହା ଅମାନବୀୟ ଘଟଣା । ଲୋକଙ୍କର ସେଇ ଦୁର୍ଦ୍ଦଶା ସମୟରେ କୌଣସି ଲୋକପ୍ରତିନିଧି ବା ରାଜନେତା ସେମାନଙ୍କ ପାଖରେ ଯାଇ ଠିଆହୋଇ ନଥିଲେ । ଉପରଠାଉରିଆ ଭାବେ ଗୋଟିଏଦଳ ଦିନେଅଧେ ଧାରଣା ଦେଇ ଉପଯୁକ୍ତ ଥଇଥାନ ଦିଆଯିବାକୁ ପୋଡା ଘାଆରେ ମଲମମରା ପରି ଦାବି କରିଥିଲେ ହେଁ , ଲୋକେ ତାଙ୍କୁ ବିଶ୍ବାସ କରି ନଥିଲେ। ପୌରନିର୍ବାଚନ ଘୋଷଣା ହେବାପରେ ଏହି ପ୍ରସଙ୍ଗରେ ସମ୍ୟକ୍ ରାଜନୀତି ଆରମ୍ଭ ହୋଇଯାଇ ଥିଲେ ହେଁ , ଲୋକେ ଶେଷ ମୁହୂର୍ତ୍ତରେ ଶାସକ ବିଜେଡିଦଳକୁ ହିଁ ଜିତାଇଦେଇଛନ୍ତି । ସୂର୍ଯ୍ୟନଗର , ବ୍ରାହ୍ମଣପଡା , ଫଲସାପଦରି ଓ ଅନ୍ୟାନ୍ୟପଡାରେ ଜବରଦଖଲଉଚ୍ଛେଦ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଇନ୍ଦିରାନଗରରେ ଭଙ୍ଗାଯିବାକୁ  ଚିହ୍ନ ଦିଆଯାଇଛି । ଲୋକେ ଏହାର ଯୋରଦାର ପ୍ରତିବାଦ କରିଥିଲେ । ପୌରସଂସ୍ଥା ଓ  ଜିଲ୍ଲାପ୍ରଶାସନ ଜରିଆରେ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି । ଉଲ୍ଲେଖନୀୟ ଯେ , ଇନ୍ଦିରାନଗରରେ ନିର୍ବାଚନ ବର୍ଜନ କରା ନଯାଇ ଯିଏ ତାଙ୍କ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବ , ସେପରି ପ୍ରାର୍ଥୀ / ପ୍ରାର୍ଥିନୀଙ୍କୁ ଜିତାଇବାକୁ ଏକ ନମୁନାଭୋଟଗ୍ରହଣ କରାଯାଇଥିବା ପ୍ରକାଶ ପାଇଥିଲା ।  ସମ୍ଭବତଃ ଏଇ ସମର୍ଥନ କୋଡିଏ ନମ୍ବର କାଉନସିଲରଙ୍କୁ ଜିତାଇଥିବା ଅନୁମାନ କରାଯାଇପାରେ । ତେବେ ସେ ଯାହାହେଉ , ପୌରାଧ୍ୟକ୍ଷାଙ୍କର ଏପରି ସତ୍ ସାହସ ଓ ଜନହିତକର ନ୍ୟାଯ୍ୟ ପଦକ୍ଷେପକୁ ସ୍ବାଗତ କରାଯାଉଛି । 
ପ୍ରକାଶ ଯେ , ନିର୍ବାଚିତା ହେବାପରେ ପୌରାଧ୍ୟକ୍ଷା ସୁଶ୍ରୀ ଭୋଇ ପୌରାଧ୍ୟକ୍ଷାଙ୍କୁ ଦେଇଥିବା ଦାବିପତ୍ରରେ ଏହି ଇନ୍ଦିରାନଗରର ୭୦୦ ଗରିବ ପରିବାରକୁ ଉଚ୍ଛେଦ କରା ନଯିବାକୁ ଯେଉଁସବୁ ଯୁକ୍ତି ଉପସ୍ଥାପନ କରିଛନ୍ତି , ତାହାର ଔଚିତ୍ଯ ରହିଛି । ଦୀର୍ଘ ୫୦ ରୁ ୬୦ ବର୍ଷ ଧରି ଏଠାରେ ରହିଆସିଥିବା ଏହି ପରିବାରଗୁଡିକ ସରକାରଙ୍କର ବିଭିନ୍ନ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ରହିଆସିଛନ୍ତି । ପଡାରେ ସ୍କୁଲ୍ , ଅଙ୍ଗନବାଡି କେନ୍ଦ୍ର , ରାସ୍ତାଘାଟ , ବିଦ୍ୟୁତ୍ ସଂଯୋଗ ଇତ୍ୟାଦି ରହିଛି । ଏଣୁ ଏମାନଙ୍କୁ ବିସ୍ଥାପିତ କରା ନଯିବାକୁ ସେ ଦାବି ଜଣାଇଛନ୍ତି ।

ଏଣୁ ପୌରାଧ୍ୟକ୍ଷାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଶାସନ ଓ ସରକାରଙ୍କ କାନରେ ବାଜିବ ବୋଲି ଆଶା କରାଯାଉଛି । କେବଳ ଇନ୍ଦିରାନଗର ବା ୨୦ ନମ୍ବର ଉଆର୍ଡରେ ନୁହେଁ , ପୌରାଧ୍ୟକ୍ଷା ଭାବରେ ସେ ସମଗ୍ର ବଲାଙ୍ଗୀର ମ୍ୟୁନିସିପାଲିଟିରେ ହୋଇଥିବା ଓ ହେବାକୁଥିବା ଏଭଳି ପ୍ରକ୍ରିୟାର ଜନହିତରେ ବିରୋଧ କରିବା ଆବଶ୍ୟକ ବୋଲି ଅନ୍ୟାନ୍ୟ ଉଆର୍ଡବାସୀଙ୍କ ତରଫରୁ ମଧ୍ୟ ତାଙ୍କର ଦୃଷ୍ଟିଆକର୍ଷଣ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026
  ଜିଲ୍ଲା  
ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ   25-Aug-2026

You Might Also Like