-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ) ଆସନ୍ତା ମେ ମାସ ୧୨ ତାରିଖ ରୁ ୧୬ ତାରିଖ ଦିନରୁ ୫ଦିନ ବ୍ୟାପି ପଶ୍ଚିମାଞ୍ଚଳ ର ପବିତ୍ର ପୀଠ ରେ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲାଭଳି ବୈଶାଖ ମେଳା ତିଥି ଅନୁସାରେ ପାଳନ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ଦୁଇବର୍ଷ କୋରୋନା କଟକଣା କାରଣରୁ ବୈଶାଖ ମେଳାର ଆୟୋଜନ କୁ ସମ୍ପୁର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଥିଲା । ଏଥରକ ବୈଶାଖ ମେଳାରେ ପ୍ରବଳ
ଭିଡ ହେବାର ସମ୍ଭାବନା ରହିଛି। ବୈଶାଖମେଳାର ସୁପରିଚାଳନା କିଭଳି ଭାବେ କରାଯିବ ସେନେଇ ଆସନ୍ତା ଅପ୍ରେଲ ୧୯ ତାରିଖ ଦିନ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ଟ୍ରଷ୍ଟ ବୋର୍ଡ ଆୟୋଜନ କରିବାନେଇ ସ୍ଥିରିକୃତ କରାଯାଇଛି ବୋଲି ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର ନିର୍ବାହୀ ଅଧିକାରୀ ଶ୍ରୀମାନ ପୁରୁଷୋତ୍ତମ ପ୍ରଧାନ ଙ୍କ ଠାରୁ ପ୍ରକାଶ ।ଦିର୍ଘ ଦୁଇବର୍ଷ ବ୍ୟବଧାନରେ ଏହି ମେଳା ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁ ଭକ୍ତ ,ପର୍ଯଟକ ଓ ସ୍ଥାନୀୟ ଲୋକେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ବୈଶାଖ ମେଳା ରେ ପ୍ରବଳ ଜନସମୁଦ୍ର ହେବବୋଲି ସ୍ଥାନୀୟ ଭକ୍ତମାନେ ପୂର୍ବାନୁମାନ କରିଛନ୍ତି ।