-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଥିବା ୧୨୭ ତମ ବାଟାଲିୟନର ୩୨ ତମ ସ୍ଥାପନା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଅତିଥି ଭାବେ ସମ୍ବଲପୁର ରେଞ୍ଜ ଅଧୀନସ୍ତ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୁଲିସି ବିଜୟ କୁମାର, ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ମଉଲି ମୋହନ କୁମାର, ବାଟାଲିଅନର ଅନ୍ୟାନ୍ୟ ଅଧିକାରୀ ଗଣ,ତଥା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଏସଡିପିଓ ଜି.ଆର. ରାଘବେନ୍ଦ୍ର ରେଡ୍ଡୀ, ଏବଂ ଏହି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଥମେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଏହା ପରେ
ଶ୍ରୀ ଆନନ୍ଦ ଝା କମାଣ୍ଡାଣ୍ଟ ବଳ ର ଶହୀଦୀୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ କ୍ୱାର୍ଟର ଗାର୍ଡରେ ଅଭିବାଦନ ଗ୍ରହଣ କରି ଏକ ସୈନିକ ସମ୍ମିଳନୀ ଆୟୋଜନ କରିଥିଲେ | ସ୍ଥାପନା ଦିବସ ପାଳନ ଅବସରରେ ଜି/୧୨୭ ବାଟାଲିୟନ ବାରଖାମା ବାଲିଗୁଡା, କନ୍ଧମାଳ ଠାରେ ସନ୍ଧ୍ୟା ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ୧୨୭ ବାଟାଲିୟନର କର୍ମଚାରୀ, ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା , ବାଲିଗୁଡା ନିକଟସ୍ଥ ସିପାଞ୍ଜିରୀ ସରକାରୀ ୟୁ.ଜି. ହାଇସ୍କୁଲର ଛାତ୍ର ଛାତ୍ରୀ , ହାଉସ୍ ଅଫ୍ ଲଭ୍ ଅନାଥ ଆଶ୍ରମ, ବାରଖାମାର ସରକାରୀ ୟୁ. ଜି.ଉଚ୍ଚ ବିଦ୍ୟାଳୟର କଳାକାରମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ | ଏହି ଶିଶୁ କଳାକାରମାନଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ପୁରସ୍କୃତ
କରାଯାଇଥିଲା | ସୂଚନାଯୋଗ୍ୟ ଯେ ଏହି ବାଟାଲିୟନ ୨୦୦୭ ମସିହା ଜୁଲାଇ ମାସ ୧୬ ତାରିଖ ଠାରୁ ଓଡିଶାରେ କାର୍ଯ୍ୟ କରୁଥିବା ବେଳେ ୨୦୧୫ ମସିହା ଠାରୁ ଓଡିଶାର କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟ କରୁଛି। ଏହି ବାଟାଲିୟନ ଦ୍ୱାରା ସ୍ଥାନୀୟ ପୋଲିସ ଏବଂ ସାଧାରଣ ଜନତାଙ୍କ ସହଯୋଗରେ ମାଓବାଦୀ ବିରୋଧୀ କାର୍ଯ୍ୟ ଚାଲୁ ରହିଛି ।