-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ବଲାଙ୍ଗୀର: ସ୍ଥାନୀୟ ଆଇନ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗୀର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ବିଗତ ବୈଠକର ନିଷ୍ପତ୍ତି , ରେଲୱେ ଓ ବଲାଙ୍ଗୀର ଜିଲ୍ଲାପାଳ ଅଫିସରୁ ନାଗରିକ କମିଟିକୁ ଆସିଥିବା ଚିଠି କୁ ସାଧାରଣ ସଂପାଦକ ମନୋରଂଜନ ସାହୁ ଗୃହରେ ପାଠ କରିଥିଲେ । ଏଥିରେ ଲୋୟର ସୁକତେଲ ପ୍ରକଳ୍ପର ଅଗ୍ରଗତି, ମୁନିସିପାଲିଟି, ପିଇବା ପାଣି, ଶିକ୍ଷା ବ୍ୟବସ୍ଥା ଓ ମେଡିକାଲ ଉପରେ ବିଶେଷତଃ ସଭ୍ୟ ମାନେ ଆଲୋଚନା କରିଥିଲେ । କମିଟିର ନୂତନ ସଭ୍ୟ ରୂପେ ୯ଜଣ ସଦସ୍ୟଙ୍କୁ ଗ୍ରହଣ କରିଥିବା ବେଳେ, ଉପସ୍ଥିତ ଥିବା ରଘୁ ନନ୍ଦନ ସିଂହ, ବାସୁଦେବ ନାଥ ଓ ଆର୍ତ୍ତତ୍ରାଣ ମିଶ୍ର ଙ୍କୁ ସ୍ୱାଗତ ଜ୍ଞାପନ କରାଯାଇଥିଲା ଓ ନୂତନ ସଭ୍ୟ ମାନେ ତାର ପ୍ରତ୍ୟୁତ୍ତର ପ୍ରଦାନ କରିଥିଲେ । ସଭାରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର ଓ କୋଷାଧ୍ୟକ୍ଷ ତ୍ରିଭୁବନ ଦାସ ଭ୍ରମର ମଞ୍ଚାସୀନ ଥିବା ବେଳେ ସହସଂପାଦକ ଡ. ଚକ୍ରପାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।