-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
କଣ୍ଟାବାଞ୍ଜି - ବଲାଂଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଏନଏସି ନବନିର୍ବାଚିତ ନଗରପାଳ ବରିୟାମ ସିଂ ସାଲୁଜାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏ ନେଇରୋଡ଼ ନମ୍ବର ୩ ସ୍ଥିତ ହରିଭବନ ଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ନଗରପାଳ ଶ୍ରୀ ସାଲୁଜାଙ୍କ ପୁଷ୍ପ ଗୁଚ୍ଛ , ଓପଢୌକନ ଦେଇ ପ୍ରେସ କ୍ଲବ ର ସଦସ୍ୟ ମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁଡ଼ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉପ ସଭାପତି ମନୋଜ ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ପରାମର୍ଶଦାତା ଆଶିଷ ଖଇତାନ ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଟାବାଞ୍ଜି ପ୍ରେସ କ୍ଲବ ଏଭଳି ଏକ ସଂଗଠନ ଯାହା ସବୁ ସମୟରେ ସମାଜ ମଙ୍ଗଳ କାମ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରଶଂସା ର ପାତ୍ର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ପ୍ରେସ କ୍ଲବର ଜନମଙ୍ଗଲ କାମ ପାଇଁ ଏକ ସଭାରେ ନିଜ ଅବିଭାଷଣରେ ପ୍ରଶଂସା କରିଥିଲେ । କରୋନା ସମୟରେ କୋଭିଡ ରୋଗୀଙ୍କୁ ନିଶୁଳ୍କ ଅକ୍ସିଜେନ ସେବା, ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ସେବା ପାଇଁ ଅକ୍ସିଜେନ ପ୍ରଦାନ, କୋଭିଡ ଆର୍ମି ଗଠନ, ଦୁଇ ଦୁଇ ଥର ମେଗା ରକ୍ତଦାନ ଶିବିର , ତୃତୀୟ ଥର ପାଇଁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର, ନିଶୁଳ୍କ କର୍କଟ ରୋଗ ପରୀକ୍ଷା ଶିବିର , ସୂଚନା ଆଇନ କର୍ମଶାଳା, ମଧୁମେହ ପରୀକ୍ଷା ଶିବିର, ଅସହାୟ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ମୃତ୍ୟୁ ପରେ ସସମ୍ନାନ ରେ ଶବର ଅନ୍ତିମ ସତ୍କାର ଭଳି ଅନେକ ସମାଜ ପରୋପକାରୀ କାର୍ଯ୍ୟ କରୁଥିବାରୁ ଆଜି ଏହି ପ୍ରେସ କ୍ଲବ ସୁନାମ ଅର୍ଜନ କରିଛି । ଏଭଳି କାମ ପାଇଁ ଆଜି ମୁଁ ଗର୍ବିତ, ଏନଏସି ନଗରପାଳ ନ ହେବା ପୂର୍ବରୁ ପ୍ରେସ କ୍ଲବ ର ଅନେକ କାର୍ଯ୍ୟକ୍ରମ ରେ ସାମିଲ ହୋଇଛି ଆଗକୁ ମଧ୍ୟ ହେବି ବୋଲି ନଗରପାଳ ଶ୍ରୀ ସାଲୁଜା କହିଥିଲେ । ଅନ୍ୟ ପକ୍ଷରେ ଏଭଲି ନିରନ୍ତର ସେବା ଜାରି ରହିବ ବୋଲି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା କହିଥିଲେ । ପ୍ରେସ କ୍ଲବ ପରାମର୍ଶଦାତା ଆନନ୍ଦ ମୋଟେ,ଦୁର୍ଗାପ୍ରସାଦ ଗୁପ୍ତା, କୋଷାଧ୍ୟକ୍ଷ କମଳଜିତ ସିଂ ସାଲୁଜା, କାର୍ଯ୍ୟକାରୀ ସଦସ୍ୟ ଯୁଗଳ କିଶୋର ଶବର, ରୋହନ ମହତ, ବିସିକେଶନ ମାଝୀ, ବିକାଶ ମିତ୍ତଳ, ଅଂକୁର ଅଗ୍ରୱାଲ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।