-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ପଦ୍ମପୁର:-ଆମର୍ ହିନ୍ଦୁମାନେ ମାନ୍'କର୍ ନୂଆଁ ବଛର୍ ଚଇତ୍ ମାସର୍ ଶୁକ୍ଳ ପ୍ରତିପଦା ଦିନ୍ କେ ମାନି ଆସୁଛନ୍ ।ହେଲେ ପଦ୍ମପୁର୍ ଇଲାକା ଥି ଯାଉଥିବା ଗାଇସିଲେଟ ବ୍ଳକ ର କଲଙ୍ଗାପାଲି ଗାଁର୍ ଲୁକେ ଫି ବଛର୍ ଇ ସମିଆକେ ସୁରତା କରି ଗାଁ ରେ ବିଶ୍ଵ ର୍ କଲ୍ୟାଣ ଲାଗି ବିଶ୍ଵଶାନ୍ତି ମହାଯଜ୍ଞ ପାଲନ୍ କରି ଆସୁଛନ୍ ।ଇବଛର୍ ବି କଲଙ୍ଗାପାଲି ଗାଁ ନେ ବିଶ୍ଵଶାନ୍ତି ମହାଯଜ୍ଞ ହେଇଥିଲା । ଲମ୍ବୋଦର୍ ପୁରୁହିତ ବାବୁର୍ ପୁରୋହିତି ରେ କୋଶଲି କବି ବୈରାଗୀ ସାହୁ,ଯେ'କି ଘାଏ ଦେଖତ କଲାପଟା ର ସମ୍ପାଦକ ଙ୍କର୍ ତତ୍ବାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ କରିଥିଲେ ।ଇ ମହାଯଜ୍ଞ ଥି ଗାଁ ର ମୁଲିହାର୍ କଂଗ୍ରେସ୍ ସାହୁ, ଚିତ୍ରସେନ୍ ସାହୁ, ପ୍ରହଲ୍ଲାଦ୍ ସାହୁ, ବଂଶିଧର ସାହୁ ସାମିଲ୍ ହେଇ କରି ନିଜେ ନିଜକୁ ଧନ୍ୟ ମନେ କରିଥିଲେ ।ଇ ମହାଯଜ୍ଞ ଥି କର୍ତ୍ତା ଭାବେ ପ୍ରଶାନ୍ତ ସାହୁ,ଘନ ସାହୁ,ନିଲ ସାହୁ,ସୈମେନ୍ଦ୍ର ସାହୁ, ପଦ୍ମନାଭ ସାହୁ ଆର୍ ଗାଁ ର୍ ମାଁ ବୁହେନ ମାନେ ସାମିଲ ହେଇ କରି ବିଶ୍ଵଶାନ୍ତି ଲାଗି ଶୁଭ୍ ମନାଷିଥିଲେ