-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ଉଲୁଣ୍ଡା,(ଗୌର ଚନ୍ଦ୍ର ପରିଛା) ଏହି ବ୍ଲକ୍ ଅନ୍ତର୍ଗତ ଶ୍ରୀ ଗଣେଶ୍ଵର ସରକାରୀ ହାଇସ୍କୁଲ ପଂଚମହଲାର ବାର୍ଷିକ ଉତ୍ସବ-୨୦୨୨ ଅନୁଷ୍ଠିତ ହୋଇ ଜାଇଛି । ପ୍ରଧାନ ଶିକ୍ଷକ ଶ୍ରୀଧର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଛାତ୍ର ସମାଜ ପାଇଁ ନୈତିକ ଶିକ୍ଷା ଅପରିହାର୍ୟ୍ଯ ବୋଲି ଶିକ୍ଷାର୍ଥୀ ମାନଙ୍କ ପ୍ରତି ବକ୍ତବ୍ଯ
ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଡା. ରାଧାକାନ୍ତ ଗଡ୍'ତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ସୋନପୁର ମଂଚସୀନ ହୋଇ ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶରେ ଉଭୟ ଶିକ୍ଷକ ଓ ଅଭିଭାବକ ମାନଙ୍କର ଗୁରୁଦାୟିତ୍ଵ ରହିଛି ବୋଲି ପ୍ରକାଶ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର ମିଶ୍ର, ପଂଚମହଲା ସରପଂଚ ଅଶୋକ ପଂଡା, ସମିତି ସଭ୍ୟା ରେବତୀ ସୁରୁଜାଲ, ପୂର୍ବତନ ସରପଂଚ କୈଳାସ ପୁରୋହିତ ଏବଂ ମୋ ସ୍କୁଲ ଅଭିଯାନ ସଭାପତି ବନମାଳି ପଂଡା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ବହୁ ପ୍ରତୀକ୍ଷିତ ରୌପ୍ଯ ଜୟନ୍ତୀ ସ୍ମରଣିକା 'ରୌପ୍ୟଶ୍ରୀ' ଏବଂ ମୋ ସ୍କୁଲ ଅଭିଯାନ ପାଣ୍ଠିରୁ ନବ ନିର୍ମିତ ଏକ ପେଣ୍ଡାଲ୍ ଅତିଥିମାନଙ୍କଦ୍ଵାରା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଦଶମଶ୍ରେଣୀ ଛାତ୍ରୀ ସୁନେଲି ସୁରୁଜାଲକୁ ସ୍ମାର୍ଟ୍ ଷ୍ଟୁଡେଣ୍ଟ୍ ଅଫ୍ ଦ ୟର୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥିମାନେ ଉତ୍କଳର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟାର୍ପଣ କରି ଉତ୍କଳ ବନ୍ଦନା-ବନ୍ଦେ ଉତ୍କଳ ଜନନୀ ସଂଗୀତ ଛାତ୍ରୀମାନଙ୍କ ଦ୍ଵାରା ଗାନ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ବି. ସ୍ଵାତୀମୁଚ୍ୟମ୍ ପାତ୍ର ଏବଂ ଶିକ୍ଷକ ଦିଲୀପ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ରୋହିତ ଦଂଡସନା ଏବଂ ସୌମିତ୍ରି ପାଢୀ ସହଯୋଗ କରିଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷକ ଦିଲୀପ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ମୋ ସ୍କୁଲ ଅଭିଯାନ ସଭାପତି ବନମାଳି ପଂଡା ଧନ୍ୟବାଦ ଦେଇଥିଲେ ।