-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
02-Apr-2022
ପୁରୀ- (ସମୀର ରଞ୍ଜନ ନାୟକ )ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ବସର ଯାଞ୍ଚ କରାଯାଇଛି । ବସ ଗୁଡିକ ଭଡା ତାଲିକା ନଲଗାଇବା, ଆବଶ୍ୟକତା ଠାରୁ ଅଧିକ ମୂଲ୍ୟ ନେବା, ବ୍ୟାକ ଲାଇଟ କାର୍ଯ୍ୟକ୍ଷମ ନହେବା ନେଇ ବିଭିନ୍ନ ଅଭିଯୋଗ ଉପରେ ମାଳତୀପାଟପୁର ବସଷ୍ଟାଣ୍ତ ନିକଟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରାଯାଇଥିଲା । ପରିବହନ କମିଶନର ଏବଂ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାୟୀ ଏହି ଯାଞ୍ଚ କରାଯାଇଛି । ୫ଟି ଗାଡିର ଫିଟନେସ ରଦ୍ଦ କରାଯାଇଥିବା ବେଳେ ଭଡା ମୂଲ୍ୟ ତାଲିକା ନଦର୍ଶାଇବା ଓ ଭଡା ମୂଲ୍ୟ ନେଇ ଯାତ୍ରୀଙ୍କୁ ଟିକେଟ ନଦେବା ୮ଟି ଗାଡିର ଇ-ଚାଲାଣ କଟାଯାଇଛି । ଯାଞ୍ଚ ଦଳରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇଙ୍କ ନେତୃତ୍ବରେ ମୋଟର ଗାଡି ନିରୀକ୍ଷକ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଟ୍ରାଫିକ ସବ ଇନିସପେକ୍ଟର ଏବଂ ସହାୟକ ମୋଟର ଗାଡି ନିରୀକ୍ଷକ ଶ୍ରୀ ବାମଦେବ ସାହୁ ପ୍ରମୁଖ ସାମିଲ ଥିଲେ ।