-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହଯୋଗ ରେ ସୋନପୁର ସ୍ଥିତ ଗାନ୍ଧୀ ଷ୍ଟାଡିୟମ୍ ରେ ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହା ପାର୍ବଣ ଡଙ୍ଗର ମୋହତ୍ସବ ଆଜି ଉଦଯାପିତ ହୋଇ ଯାଇଛି l ଉତ୍ସବ ର ଦ୍ଵିତୀୟ ଉଦଯାପନୀ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରବଳ
ଜନ ସମାଗମ ହୋଇଥିଵା ବେଳେ ଆଜି ଶେଷ ସନ୍ଧ୍ୟା ର ଅତିଥି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଆଦିବାସୀ ଓ ପ୍ରାଚୀନ ସଭ୍ୟତା କଳା ସଂସ୍କୃତି ର ପୁନଃରୁଦ୍ଧାର ପାଇଁ ଆମ ରାଜ୍ୟ ତଥା ଦେଶ ର ଖୁବ ଉଦ୍ୟମ ଚାଲିଛି l ଯାହାକି ଆମ ଦେଶ ର ଏହା ଏକ ବଡ଼ ପରିଚୟ ବୋଲି କହିଥିଲେ l ଏଡିଏମ (ରାଜସ୍ବ ) ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ପାହାଡ଼ ଗୁମ୍ଫା ରେ ରହୁଥିବା ଆଦିବାସୀ ମଣିଷ ଙ୍କ ପରିଚୟ ଏହି ଉତ୍ସବ ହିଁ ଆଣି ପାରିଛି ବୋଲି କହିଥିଲେ l ଏଡିଏମ( ସାଧାରଣ ) ନିଶି ପୁନମ ଓ ବିଦେଶିନୀ ଉଲ୍ଲରିକେ ଜିସାନ ସିଂହ ଯୋଗ ଦେଇ ଆମ ଜ଼ିଲ୍ଲା ତଥା ରାଜ୍ୟ ର ଆଦିବାସୀ ନାଚ ଗୀତ କୁ ଭୁୟସୀ ପ୍ରଶଂସା କରିଥିଲେ l ଶେଷ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବାରଗଡ଼, ଫୁଲବାଣୀ, ପାରଳାଖେମୁଣ୍ଡି, ମୟୁରଭଞ୍ଜ, ମାଲକାନଗିରି, ପଦ୍ମପୂର, କୋରାପୁଟ ର କଳାକାର ମାନେ ଊଚ୍ଚ କୋଟିର ନାଚ ଗୀତ ପ୍ରଦର୍ଶନ କରି ଅଗଣିତ ଦର୍ଶକ ଙ୍କୁ ଆକର୍ଷିତ କରିଥିଲେ l ସେହିପରି ଗତ କାଲି ଦ୍ଵିତୀୟ ସନ୍ଦ୍ୟା ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ସୁପାର ଠେଲା ଯୋଗ ଦେଇ ଏହି ଆୟୋଜନ କୁ ଓ ଜ଼ିଲ୍ଲା ର ସଂସ୍କୃତି ପର୍ଯ୍ୟଟନ କୁ ଊଚ୍ଚ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଡୋଳା
ମଣି ପଟେଲ, ନୂତନ ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇ ପ୍ରକୃତି ର କୋଳ ରେ ବସ ବାସ କରୁଥିବା ଏହି ସରଳ ଆଦିବାସୀ ଲୋକେ ପ୍ରକୃତି କୁ ଉପଭୋଗ କରିଵା ସହିତ ଗୀତ ନାଚ କରି ପ୍ରକୃତ ରେ ଶାନ୍ତି ଓ ଖୁସିରେ ଜୀବନ କାଟନ୍ତି ବୋଲି କହିଥିଲେ l ଦ୍ଵିତୀୟ ସନ୍ଧ୍ୟା ସାଂସ୍କୃତିକ ସଭା ରେ ଓଡିଶା ସଂଗୀତ ନାଟକ ଏକାଡେମୀ ର ରାଜ୍ୟ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ସଭାପତିତ୍ୱ କରିଥିବା ବେଳେ ସଂଗୀତ ଏକାଡେମୀ ର ରାଜ୍ୟ ସଦସ୍ୟ ଶାଶ୍ୱତ ତ୍ରିପାଠୀ, ସଂସ୍କୃତି ଗବେଷକ ଗଦାଧର ବାରିକ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ , ଜ଼ିଲ୍ଲା ସଂସ୍କୃତି ବିଭାଗ ର ଦୁଃଖୀ ଶ୍ୟାମ ସେଠି, ଦେବାଶିଷ ପଟ୍ଟନାୟକ, ନିରାକାର ଦେହୁରୀ ଓ ପୌର ପ୍ରଶାସନ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ବାଲେଶ୍ୱର, କନ୍ଧମାଳ, ମୟୁରଭଞ୍ଜ, କୋରାପୁଟ, ସୁବର୍ଣ୍ଣପୁର, ବଲାଙ୍ଗୀର ର କଳାକାର ମାନେ ଆଦିବାସୀ ନୃତ୍ୟଗୀତ ପରିବେଶଣ କରିଥିଲେ l ସଚିବ ପ୍ରବୋଧ ରଥ ଓ ଏଡିଏମ ଶ୍ରୀ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ତିନି ଦିନିଆଁ ଉତ୍ସବ କୁ ଶାନ୍ତି ଶୁଙ୍ଖଳା ରେ ସମାପନ କରାଯାଇଥିଲା l ଉଭୟ ଦିବସ ରେ ପ୍ରାଧ୍ୟାପକ ସୁଶାନ୍ତ ପାଢ଼ୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ କୁ ସଂଯୋଜନା କରିଥିଲେ।