-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରେ ଜଣେ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହୋଇଛି ।ପୋଲିସ ପହଁଚିବା ପୂର୍ବରୁ ମୃତ ଯୁବତୀ ଙ୍କୁ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଥିଲେ ।ତେବେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଁଚି ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି ।
ଯୁବତୀ ଜଣକ ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମା ଗ୍ରାମର ମୀନକେତନ ମହାପାତ୍ର ଙ୍କ ଝିଅ ବର୍ଷା ମହାପାତ୍ର ବୋଲି ଜଣା ପଡ଼ିଛି ।ତେବେ ବର୍ଷା କେଉଁ କାରଣ ରୁ ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ତାହା ପୋଲିସ ର ତଦନ୍ତ ପରେ ଜଣାପଡ଼ିବ ।