-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ନର୍ଲା (ସଞ୍ଜିବ ଦାସ)ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ର ମିଳିତ ଆନୁକୁଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଆଜି ଗୋଷ୍ଠୀ ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏସସିଡି ଚକ୍ଷୁ ଚିକିତ୍ସାଳୟର ପ୍ରକଳ୍ପ ନିର୍ଦ୍ଦେଶକ ମୋହିତ ମୋହନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫିଲ୍ଡ ସଂଯୋଜକ ଶୈଳେନ୍ଦ୍ର କୁମାର ନନ୍ଦ, ହସ୍ପିଟାଲର ଟେକ୍ନିସିଆନ ପ୍ରମୁଖ ଗ୍ରାମବାସୀଙ୍କ ଚକ୍ଷୁ ପରିକ୍ଷା କରିଥିଲେ । ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବ, କାହାର ଚଷମା ଦରକାର ହେବ ସେନେଇ ଚିକିତ୍ସାଳୟର କର୍ମଚାରୀମାନେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଏବଂ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।