-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ପେନକାକ୍ ଶିଲାଟ ମାର୍ଶଲ ଆର୍ଟ କଲିକତା ର ସାଇ କମ୍ପ୍ଲେକ୍ସ ଷ୍ଟାଡିୟମ୍ ଠାରେ ଅନୁଷ୍ଟିତ ହୋଇଯାଇଛି । ଚଳିତ ମାସ ୨୫,୨୬ ଏବଂ ୨୭ ତାରିଖ ତିନି ଦିନ ଧରି ପ୍ରତିଯୋଗିତା ହୋଇଥିଲା । ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ । ବଲାଙ୍ଗୀର ରୁ ଦୁଇ ଜଣ ପ୍ରତିଯୋଗୀ ଭାଗ ନେଇ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ପାଇଥିଲେ । ପ୍ରିଟେଣ୍ଡ ରେ ଖୁସିରାମ ସେଠ ରୌପ୍ୟ ପଦକ ,ଏବଂ ସିନିୟର୍ ରେ ଧନପତି ମେହେର ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରତିଯୋଗିତାରେ ଟାଇମ୍ ଜଜ୍ ଭାବରେ ବଲାଙ୍ଗୀର kalinga Institute of Martial Art ର ମାଷ୍ଟର ପ୍ରଶାନ୍ତ ପାତ୍ର ଯୋଗଦେଇ ଦାୟିତ୍ଵ ତୁଲାଇଥିଲେ ।ବଲାଙ୍ଗୀର ରେଲୱେ ଷ୍ଟେସନ ରେ କୃତି ପ୍ରତିଯୋଗୀ ଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ବାଗତ କରାଯାଇଥିଲା ।