-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ବାଗଦୋର ପଞ୍ଚାୟତ ନବନିର୍ବାଚିତ ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଏକ ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି l ତାଙ୍କର ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଏବଂ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି l
ତାଙ୍କ ଛାତିରେ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
(ବସନ୍ତ ମେହେରଙ୍କ ରିପୋର୍ଟ)