-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ସୁବର୍ଣ୍ଣପୁର- ଗତକାଲି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଭାଇଚାରାର ପର୍ବ ହୋଲି ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି l ସକାଳେ ପ୍ରଥମେ କୁଷ୍ଟାଶ୍ରମର ଅନ୍ତେବାସୀ ଓ ବସ୍ତି ର ଅସହାୟ ଲୋକଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ପରେ ପରେ ସଂଗଠନର ହୋଲି ଉତ୍ସବ (ଛିନା ଛକା) କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଡେପୁଟି କଲେକ୍ଟର ଈପସିତା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ସଂଗୀତ ପରିବେଷଣ କରି ଆୟୋଜକ ଓ ଦର୍ଶକଙ୍କୁ ଖୁବ ଉତ୍ସାହିତ କରିଥିଲେ l ହୋଲି ରଙ୍ଗ ଠାରୁ ଭାବ ଓ ଭାଇଚାରାର ରଙ୍ଗ ସବୁ ଦିନ ମନେ ରହିଥାଏ ବୋଲି କହିଥିଲେ l ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ରୁଟ, ସଂଗଠନର ସଭାପତି ଲଷ୍ମୀ ନାରାୟଣ ମେହେର, ଉପଦେଷ୍ଟା ପ୍ରଦୀପ ପୁରୋହିତ, ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ସମ୍ମାନିତ ଅତିଥି
ଭାବେ ଯୋଗ ଦେଇ ଗୀତ ଓ କବିତା ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଲଡ଼ୁ କିଶୋର ମଲ୍ଲିକ, ମନୋଜ ପଣ୍ଡା, ନାରାୟଣ ରଥ ପ୍ରମୁଖ ସମସ୍ତ ସଭ୍ୟ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ପବ୍ଲିକ ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ସଂଗୀତ ଓ କବିତା ମାଧ୍ୟମରେ ଖୁବ ମଜା ନେଇଥିଲେ l କାର୍ଯ୍ୟକ୍ରମରେ ସହରର ଜନସାଧାରଣଙ୍କୁ ରଙ୍ଗ ସହିତ ମିଷ୍ଟାନ ବଣ୍ଟନ କରାଯାଇଥିଲl l ବିଶିଷ୍ଟ କଣ୍ଠଶିଳ୍ପୀ ବ୍ରହ୍ମl କୁମାର, ବିରେନ କୁମାର, ପଦ୍ମଲୋଚନ ସାହୁ, ମୁସ୍କାନ ମଲ୍ଲିକଙ୍କ ସମେତ ଅନେକ ଦର୍ଶକ ମଧ୍ୟ ସଂଗୀତ ପରିବେଷଣ କରି ଖୁବ ମଜା ନେଇଥଲେ l