-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ବନଖଣ୍ଡ ଗଣିଆ ବନାଞ୍ଚଳ ଅନ୍ତର୍ଗତ ଆଡକଟା ତାମରଝୋଲା ନିକଟସ୍ତ୍ ମାଟିଆ ଜଙ୍ଗଲରୁ ୬୦ କିଲୋର ସମ୍ବର ମାଂସ ଜବତ କରିଛି ଗଣିଆ ବନ ବିଭାଗ | ତେବେ ଏଥିରେ ସଂପୃକ୍ତ ଥିବା ଆସାମୀ ଖବର ସଂଗ୍ରହ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି | ବୁଧବାର ସକାଳ ନ ଘଟିକା ସମୟ ରେ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ପେଟ୍ରୋଲିଙ୍ଗ ରେ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମ୍ବର ମାଂସ ଜବତ କରିଥିଲେ | ଉକ୍ତ ମାଂସକୁ ଗଣିଆ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗର୍ତ୍ତ କରି ପୋତାଯାଇଥିବା ସୋନାଲି ପ୍ରକାଶ କରିଛନ୍ତି | ତେବେ ଏହି ବନ୍ୟଜନ୍ତୁ ଶିକାର ରେ ଲିପ୍ତ ଥିବା ଆସାମୀକୁ ଖୁବଶୀଘ୍ର ଧରାଯିବ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |