-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ କବଜା କରିବାପାଇଁ ସମସ୍ତ ପ୍ରକାର ର ରଣନୀତି ଆପଣେଇଛି ପ୍ରମୁଖ ଭାରତୀୟ ଜନତା ପାର୍ଟି । ନିର୍ବାଚନୀ ବୈତରଣୀ ପାର ହୋଇ ରାଜଗାଦି ଦଖଲ କରିବାକୁ ଆପ୍ରାଣ ଉଦ୍ୟମ କରିବାରେ ଲାଗିଛି ।ହେଲେ ରାଜବୋଡାସମ୍ବର ଅଞ୍ଚଳ ର ଟାଇଗର ଯେ,କି ରାଜନୀତି ରେ ପୋଖତ ଖେଳାଳି, ଦୂରଦୃଷ୍ଟି ସମ୍ପନ୍ନ, ବିଚକ୍ଷଣ ରାଜନୈତିକ ଗୋଟିଚାଳନାରେ ମାହିର ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପାଇଁ ଏଇ ନିର୍ବାଚନ ଏକ ଚୁଟକି ସହ ସମାନ । ତାଙ୍କ ରଣକୌଶଳ ଏକ ଭିନ୍ନ ଧରଣର । ଚଳିତ ନିର୍ବାଚନ ରେ ବିଜେଡି ର ଦବଦବା ପ୍ରାର୍ଥୀ ମାନଙ୍କୁ ଚୟନ କରି ଛିଡ଼ା କରିଥିବା ହେତୁ ଲୋକେ ଆବାକ ଓ ଚକିତ ।୧୧ ଟି ୱାର୍ଡରେ ଚୟନ କରିଥିବା ପ୍ରାର୍ଥୀ/ପ୍ରାର୍ଥିନୀ ଙ୍କ ମଧ୍ୟରେ କିଏ କାହାକୁ କମ ନୁହଁନ୍ତି ।ସହର ରେ ଆଲୋଚନା ହେବାକୁ ଲାଗିଲାଣି ବହୁମତ ରେ ବିଜୁ ଜନତା ଦଳ ହିଁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ହାସଲ କରିବା ସୁନିଶ୍ଚିତ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ନିର୍ବାଚନ ସକାଶେ ଦୁଇ ଜଣ ସ୍ୱାଧିନ ପ୍ରାର୍ଥୀନୀ ସହ ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ, ବିଜେପି ପକ୍ଷରୁ ପ୍ରାର୍ଥିନୀ ଦେଇଛନ୍ତି । ଚଳିତ ନିର୍ବାଚନ ରେ ନିର୍ବାଚନ ରଣାଙ୍ଗନରେ ସମୁଦାୟ ୨୯ ଜଣ ୱାର୍ଡ ମେମ୍ବର ଏବଂ ୫ଜଣ ଅଧ୍ୟକ୍ଷା ଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ହେଲେ ସମସ୍ତ ଦଳ ଙ୍କ ଆଖି ରହିଛି ନୂତନ ଭାବେ ପ୍ରଚଳିତ ଚେୟାରମେନ ସିପ ଉପରେ ।କିଏ ହାସଲ କରୁଛି ଅଧ୍ୟକ୍ଷା ପଦବୀ ।ଯେଉଁଭଳି ଭାବେ ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଶାସନ, ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସଫଳ ରୁପାୟନ କୁ ଦୃଦବୋଧ କରି ତ୍ରୀସ୍ତରୀୟ ନିର୍ବାଚନ ରେ ବିଜୁଜନତା ଦଳ କୁ ଲୋକେ ଭଲପାଇ ପଞ୍ଚାୟତ ନିର୍ବାଚନ ରେ ତାଙ୍କ ମତଦାନ ସାବ୍ୟସ୍ତ କଲେ ତାହା ଏଇ ନିର୍ବାଚନ ରେ ପ୍ରତିଫଳିତ ହେବବୋଲି ମତ ପ୍ରକାଶ ପାଏ।