-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ପାଟଣାଗଡ଼// ପାଟଣାଗଡ଼ ରୁ ପଦ୍ମପୁର ରାସ୍ତାରେ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ରେ ଲୁହାସିଂହା ଗ୍ରାମର ବିରେନ୍ଦ୍ର ମେହେର (୩୫) ବଲାଙ୍ଗିର ରୁ ପାଟଣାଗଡ଼ ଦେଇ ନିଜ ଘରକୁ ଏକ ସ୍କୁଟି ଯୋଗେ OD 03 U 9881 ରେ ଯାଉଥିବା ବେଳେ ବାଞ୍ଜିଝାଲ ଗ୍ରାମ ରେ ଥିବା ଏକ ମହୁଲ ଗଛରେ ପିଟି ହୋଇ ତଳେ ପଡି ରହିଥିବାର ସ୍ଥାନୀୟ ଭୋର୍ ସକାଳୁ ଲୋକେ ଦେଖିବାକୁ ପାଇଥିଲେ। ଏବଂ ଶବକୁ ଚିହ୍ନଟ କରି ପରିବାର ବର୍ଗ ଓ ପାଟଣାଗଡ଼ ପୋଲିସଙ୍କୁ ଖବର ଦେଇଥିଲେ । ଏହା ଦୁର୍ଘଟଣା ନାଁ ହତ୍ୟା ତାହା ଜଣାପଡ଼ି ନାହିଁ କିନ୍ତୁ ସ୍କୁଟି ର କୌଣସି କ୍ଷତି ନ ହୋଇଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ କରୁଛନ୍ତି । ପାଟଣାଗଡ଼ ମେଡିକାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିବା ବେଳେ ଥାନା ରେ ୪୮/୨୨ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।