-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ପଦ୍ମପୁର:- ପାଇକମାଲ ନୃସିଂହନାଥ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନଲଗାଇବା ପାଇଁ ସଚେତନତା ଶିବିର ବୁଧବାର ଗୌରଜୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ବନପାଳ ରାଧାକାନ୍ତ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ମୂଖ୍ୟଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ପଙ୍କଜ ସାହୁ, ସାମ୍ବାଦିକ ସୁରଥ ସାହୁ, ଯୁବ ନେତା ନନ୍ଦଲାଲ ବରିହା ସହ ବନଅଧିକାରୀ ଲୋକେଶ୍ବର ଭୋଇ,
ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ଜଙ୍ଗଲ ରୁ ମିଳୁଥିବା ଜିନିଷ ଲୋକଙ୍କ ବହୁତ କାମରେ ଆସୁଥିବାରୁ ଜଙ୍ଗଲ ରେ ନିଆଁ ଲାଗିଲେ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କାରିବା ସହ ବିଭାଗୀୟ କର୍ମଚାରୀ ଙ୍କୁ ଜଣାଇବାକୁ ବନପାଳ ଶ୍ରୀ କୁମ୍ଭାର କହିଥିଲେ । ମୂଖ୍ୟ ଅତିଥି ପଦ୍ମଶ୍ରୀ ନାଗ ମହୁଲ ଗଛର ବିଭିନ୍ନ ଲାଭ ବିଷୟରେ ବିସୃତ ଭାବେ ଆଲୋଚନା କରିଥିଲେ । ଶେଷରେ ଚିନ୍ମୟ ପ୍ରଧାନ ଧନ୍ୟବାଦ ଦେଇଥିଲେ ।