-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ମା ଉମାଦେବୀ ଆଞ୍ଚଳିକ କଲେଜ ରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଅଧ୍ୟାପକ ସୁଶାନ୍ତ ଦେହୁରୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭା ରେ ଅଧ୍ୟକ୍ଷ ବଲ୍ଲଭ
ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳିତ ଆଚରଣ ଓ ସଂସ୍କlରୀତ ଜୀବନ ଜାପାନ କୁ ପାଥେୟ କରି ଜୀବନ କୁ ସରସ ସୁନ୍ଦର କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମନିତ ଅତିଥି ଭାବରେ ଅଧ୍ୟାପକ ବଳମକୁନ୍ଦ ବାରିକ,ଯୁବ ରେଡକ୍ରସ କାଉନସିଲର ଉଦ୍ଧବ ପଧାନ ଅଧ୍ୟାପିକା ସାଧନା ମେଲ୍ଲୀ, ରଞ୍ଜତା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଛାତ୍ରୀ ଜୁଲି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରତିମା ବେହେରାମାଳୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
ପପୁନ ବଢ଼େଇ, ଯୋଶଦ ବଡ଼ମାଳି, ସାଧାବି ବଡ଼ମାଳି ବିଦାୟ କାଳୀନ ସଂଗୀତ ଗାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶମ୍ଭୁପ୍ରସାଦ ଭୋଇ ନରୋତ୍ତମ କର୍ମୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷା ର ଛାତ୍ର ମହେଶ ବେହେରାମାଳୀ ଧନ୍ୟବାଦ ଅର୍ପଣ କରିଥିଲେ l