-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀରେ ବନମାଳୀ ବାବୁ ସ୍ମାରକୀ ବକ୍ତୃତାମାଳା

10-Mar-2022



ସମ୍ବଲପୁର,(ସଞ୍ଜୀବ ପାଣିଗାହଙ୍କରି ପୋର୍ଟ): ପୂର୍ବତନ ମନ୍ତ୍ରୀ ଓ ସାଂସଦ ବନମାଳୀ ବାବୁଙ୍କ ୧୦୩ତମ ଜୟନ୍ତୀ ଅବସରରେ ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ସ୍ମାରକୀ ବକ୍ତୃତାମାଳା ଆୟୋଜନ କରାଯାଇଥିଲା I ଅନୁଷ୍ଠାନର ସଭାପତି ପ୍ର.ଆଦିତ୍ୟ ପ୍ରସାଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥ୍‌ ଭିଏସ୍ଏସ୍‌ଟିର କୁଳପତି ପ୍ର. ବଂଶୀଧର ମାଝୀ ନୂତନ ଶିକ୍ଷା ନୀତି ଉପରେ ବକ୍ତବ୍ୟ ଉପସ୍ଥାପନ କରି କହିଲେ ଯେ, ଯେକୌଣସି ଦେଶର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ହେଉଛି ମେରୁଦଣ୍ଡ ଶିକ୍ଷା ଗ୍ରହଣ କରୁଥିବା ବର୍ଗଙ୍କୁ ସମାଜ ଓ ଦେଶର ଉନ୍ନତିରେ ଭୂମିକା ନେବାର ପାଇଁ ସୁଯୋଗ ଦିଆଯିବା ଉଚିତ୍ I ସାଂପ୍ରତିକ ପରିସ୍ଥିତିରେ ଉଚ୍ଚଶିକ୍ଷାର ଗୁରୁତ୍ଵ ବହୁ ଗୁଣ ବଢ଼ିଛି । ଏହି ସମୟରେ ଜିଡ଼ିପିର ୬ ପ୍ରତିଶତ ଅଂଶକୁ ଶିକ୍ଷାରେ ବ୍ୟବହାର କରିବା ଉଦ୍ୟମରୁ ଗୁଣାତ୍ମକ ଶିକ୍ଷା ସମ୍ଭବ ହୋଇପାରିବ I ଶିକ୍ଷା ଗ୍ରହଣ କେବଳ ସୀମିତ ନ ରହି ସମସ୍ୟାର ସମାଧାନ ପାଇଁ ବ୍ୟବହାରିକ ଦିଗ ପ୍ରତି ଅଙ୍ଗୀକାର କରିବା ଉପରେ ଜୋର ଦିଆଯାଇଛି । ତେବେ ଗୁଣାତ୍ମକ ପାଠ୍ୟକ୍ରମ, ଏ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତଃ ବିଷୟ ଆଧାରିତ ସ୍ଵାଧୀନତା ପ୍ରଦାନ, ଶିକ୍ଷାଦାନରେ ଗୁଣାତ୍ମକ ବିକାଶ, ଉତ୍ସର୍ଗୀକୃତ ଶିକ୍ଷକ ଓ ଯୁଗପୋଯୋଗୀ ପଦ୍ଧତି, ଉପଯୁକ୍ତ କାର୍ଯ୍ୟକାରିତା ଦ୍ଵାରା ଶିକ୍ଷାର ପ୍ରକୃତ ଲକ୍ଷ୍ୟ ଓ ଆଭିମୁଖ୍ୟ ହାସଲ କରାଯାଇ ପାରିବ। ସଦାଚାର ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ପ୍ରତି ଯତ୍ନବାନ୍ ହୋଇପାରିବେ । ଭାଷା ଓ ସଂସ୍କୃତିକୁ ମଧ୍ୟ ଶିକ୍ଷା ନୀତିରେ ସନ୍ନିହିତ କରାଯାଇଛି ବୋଲି ପ୍ର. ମାଝୀ କହିଥିଲେ।
ପରିବେଶ ଗବେଷକ ପ୍ର. ରାହାସ ବିହାରୀ ପଣ୍ଡା ପର୍ଯ୍ୟାବରଣ ଓ ଜଳ ବିଷୟ ଉପରେ ନିଜର ବକ୍ତବ୍ୟରେ କହିଲେ ଯେ, ପୌରାଣିକ କାଳରୁ ଜଳର ମହତ୍ତ୍ଵ ପ୍ରତିପାଦିତ ହୋଇ ଆସିଛି ଜଳ ଓ ଜମିର ସୁରକ୍ଷା ଏବଂ ସ୍ଵଚ୍ଛ ପାନୀୟ ଜଳର ଉପଲବ୍ଧତା ଆଗାମୀ ଭବିଷ୍ୟତ ପାଇଁ ନିହାତି ଜରୁରୀ ଅଟେ। ୨ ହଜାର ବର୍ଷ ପୂର୍ବରୁ ୧୦ କୋଟି ଜନସଂଖ୍ୟାର ବିଶ୍ଵରେ ଏବେ ୮୫୦ କୋଟିରେ ଏବେ ପହଞ୍ଚିବାକୁ ଯାଉଛି । ଆବଶ୍ୟକ ଜଳର ଚାହିଦା ପୂରଣ ପାଇଁ ଜଳର ସ୍ଥିତି, ଇଭାପୋରେସନ୍, ବ୍ୟବହାର ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ନିୟମାବଳୀ ଆବଶ୍ୟକ । ୦.୦୨ ପ୍ରତିଶତ ଜଳ ହିଁ ବ୍ୟବହାର ଉପଯୋଗୀ ହୋଇଥିବାରୁ ଓ ନଦୀକୂଳରେ ହିଁ ଯୁଗଯୁଗ ଧରି ଅନେକ ସଭ୍ୟତା ଗଢ଼ି ଉଠିଥିବାରୁ ଆଗତୁରା ସତର୍କ ରହିବାକୁ ହେବ। ଜଳର ସଂରକ୍ଷଣ ପାଇଁ ଓ ଭୂତଳ ଜଳ ରିଚାର୍ଜ ସକାଶେ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି I ଉଦାହରଣ ସ୍ଵରୂପ ହୀରାକୁଦ ସେଚାଞ୍ଚଳର କୁଲେର ଯୋର ଓ ଝାଇଁ ଯୋରରେ ପଡ଼ୁଥିବା କେନାଲ ପାଣିକୁ ପୁନର୍ବାର ଜଳସେଚନ ପାଇଁ ବ୍ୟବହାର କରାଯିବା, ନଦୀ ଓ ଜଳଭଣ୍ଡାରରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାମାନେ ପ୍ରଦୂଷିତ ପାଣିକୁ ନଦୀକୁ ନିଷ୍କାସିତ ନ କରି ପୁନର୍ବାର ବ୍ୟବହାର ଉପଯୋଗୀ କରିବା, ଜଳର ଅସଦ୍ ବ୍ୟବହାର ଓ ଅପଚୟ ବନ୍ଦ କରିବା, ଜଳର ମାନକୁ ଉପଯୁକ୍ତ ରଖିବା ପାଇଁ ବିଶେଷ କରି ଶିଳ୍ପସଂସ୍ଥାମାନେ ଦୃଷ୍ଟି ଦେବା ଉପରେ ସେ ଜୋର୍‌ ଦେଇଥିଲେ। ବଞ୍ଜର ଓ ନଦୀକୂଳରେ ବ୍ୟାପକ ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ ଓ ଜନସାଧାରଣଙ୍କ ସ୍ବାର୍ଥ ଓ ପରିବେଶକୁ ଦୃଷ୍ଟିରେ ରଖି ସଂପ୍ରତି ଧୀରେ ଧୀରେ ପ୍ରଭାବିତ ହେଉଥିବା ନଦୀମାନଙ୍କର ଜଳସ୍ତରରେ ସନ୍ତୁଳନ ଆଣିବା ପାଇଁ ବ୍ୟବସ୍ଥା କରିବା ଉପରେ ଚିନ୍ତା କରିବା ସକାଶେ ସେ ଜୋର ଦେଇଥିଲେ । ସିଂଚନ ମାଧ୍ୟମରେ ଜଳସେଚନ, ବର୍ଷା ଜଳ ସଂରକ୍ଷଣ ଉପରେ ପ୍ର. ପଣ୍ଡା ଗୁରୁତ୍ବାରୋପ କରିଥିଲେ। ଯେକୌଣସି ପରିସ୍ଥିତିରେ ନଦୀ ଓ ଅବବାହିକା ଭିତରକୁ ପ୍ରଦୂଷିତ ଓ ଧାତବ ବିଷାକ୍ତ ଜଳ ନିଷ୍କାସନର ପ୍ରତିରୋଧକୁ ସୁନିଶ୍ଚିତ କରାଯିବା ଦରକାର ବୋଲି ସେ ମତ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ପ୍ର.ଶଙ୍କର ପ୍ରସାଦ ପତି ବନମାଳି ବାବୁଙ୍କୁ ଜଣେ ଶିକ୍ଷାବିତ୍, ଆଇନଜୀବୀ ଓ ଉଚ୍ଚକୋଟୀର ଜନପ୍ରତିନିଧ୍ଵ ଭାବେ ବର୍ଣ୍ଣନା କରିଥିଲେ । ନୈତିକ ମୂଲ୍ୟବୋଧକୁ ପାଥେୟ କରି ବନମାଳୀ ବାବୁ କାଉନସିଲର, ବିଧାୟକ, ସାଂସଦ ଓ ମନ୍ତ୍ରୀ ଭାବରେ ହାସଲ କରିଥିବା କ୍ଷମତାକୁ ଜନହିତକର କାର୍ଯ୍ୟ ଓ ଶିକ୍ଷାର ବିକାଶରେ ଉପଯୋଗ କରି ସ୍ମରଣୀୟ ହୋଇଛନ୍ତି ବୋଲି ପ୍ର. ପତି କହିଥିଲେ । ସଂପାଦକ ରଘୁନାଥ ମିଶ୍ର, ଯୁଗ୍ମ ସଂପାଦକ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ମଧ୍ୟ ସ୍ୱର୍ଗତ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ବିଭିନ୍ନ ବର୍ଗର ବହୁ ନାଗରିକ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026
  ଜିଲ୍ଲା  
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   06-Sep-2026
  ଜିଲ୍ଲା  
ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   06-Sep-2026

You Might Also Like