-+91-9937148622 |

prerana_bgr@rediffmail.com |

  Tuesday 23rd June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||      ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   (22-Jun-2026)       ||      *ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   (22-Jun-2026)       ||      ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (22-Jun-2026)       ||      ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   (22-Jun-2026)       ||      ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା କଲ୍ୟାଣମଣ୍ଡପ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (22-Jun-2026)       ||      ପିଏମଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ଯୋଗ ଶିବିର    (22-Jun-2026)       ||      ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଦେହାନ୍ତ ♦️ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିଲେ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (22-Jun-2026)       ||      *ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (22-Jun-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ

01-May-2026



ରିପୋର୍ଟ : ମଳୟ ମିଶ୍ର 

ସୋନପୁର:   କିଛିଦିନ ତଳେ ସୁନ୍ଦରଗଡ ଭସ୍ମା ଥାନାନ୍ତର୍ଗତ ଭାଲୁଗାଡର ଜଣେ ମହିଳାଙ୍କ ଠାରୁ ତାଙ୍କ ପୁଅଝିଅଙ୍କୁ ଚାକିରୀ ଦେବାକୁ ୧୫ ଲକ୍ଷ ଟଙ୍କାର ଠକେଇ କରି ସୁନ୍ଦରଗଡ ପୁଲିସ ଦ୍ବାରା ବଲାଙ୍ଗୀରରୁ ଗିରଫ ବରଗଡ ଜିଲ୍ଲାର ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଠକ ସରୋଜ କୁମ୍ଭାର ଓରଫ ସରୋଜ କୁମାର ଓରଫ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ଦ୍ବାରା ବିଭିନ୍ନ ଠକେଇର ଜାଲ ସୁବର୍ଣ୍ଣପୁରରୁ ଭୁବନେଶ୍ବର ଯାଏଁ ଲମ୍ବିଥିବା ଜଣାଯାଇଛି । ଏହି ଅଭିଯୁକ୍ତ ଠକର ବଲାଙ୍ଗୀର ଜିଲ୍ଲାର ଲୋଇସିଂହା କଲେଜର ଅଧ୍ୟାପକ ଭାବେ ଲୋଇସିଂହା ଇଣ୍ଡିଆନ ବ୍ୟାଙ୍କରୁ ଗାଇସିଲେଟ 'ଆକାଂକ୍ଷା ମୋଟର୍ସ'ରୁ କିସ୍ତିରେ କିଣିଥିବା ଏକ କଳା ରଙ୍ଗର ଟିଭିଏସ୍ ଜୁପିଟର୍ ସ୍କୁଟିଟି ଏବେ ସୋନପୁରର ଜଣକ ପାଖରେ ରହିଥିବା ଓ ତାଙ୍କ ସୂତ୍ରରୁ ସେ  କୁହାଯାଉଥିବା ଭୁବନେଶ୍ବର କଳିଙ୍ଗନଗରରେ ଜଣେ ଏନଜିଓ ବାଲା ଦିଲିପ ନାୟକଙ୍କୁ ଏକ ୪ କୋଟି ଟଙ୍କାର ଫ୍ଲାଟ୍ ବିକିବାକୁ ପ୍ରାୟ କୋଟିଏ ଟଙ୍କାର ଅଗ୍ରୀମ ଠକି ନେଇଥିବାର ସୂଚନା ମିଳିଛି। ଏପରିକି ଉକ୍ତ ସୂଚନାଦାତାଙ୍କ ଠାରୁ ଉକ୍ତ ସ୍କୁଟି ଓ ଫ୍ଲାଟ୍ ର ଫଟୋ ମିଡିଆବାଲାଙ୍କର ହସ୍ତଗତ ହୋଇ ପ୍ରକାଶ ପାଇଛି। ତେବେ ଏହାସତ୍ତ୍ବେ ଉକ୍ତ ଠକକୁ ଗିରଫ କରିଥିବା ସୁନ୍ଦରଗଡ ପୁଲିସ  ଦ୍ବାରା ଏହାର ଅଧିକ ଛାନ୍ ବିନ୍ ଅଥବା  ଭୁବନେଶ୍ବର ବା ସୁବର୍ଣ୍ଣପୁର ଜିଲ୍ଲାର କୌଣସି ଠକେଇର ଶିକାର ହୋଇଥିବା ଅଭିଯୋଗକାରୀ ଥାନାରେ ଅଭିଯୋଗ କରୁ ନ ଥିବା ଆଶ୍ଚର୍ଯ୍ୟର ବିଷୟ !

ଗତ ୧୭ ତାରିଖରେ ସୁନ୍ଦରଗଡ ଏସ୍ ଡିପିଓ ଙ୍କ ଦ୍ବାରା ଅନୁଷ୍ଠିତ ପ୍ରେସ୍ ମିଟ୍ ରେ ପ୍ରଦତ୍ତ ସୂଚନା ଅନୁଯାୟୀ, ଭସ୍ମା ଥାନାରେ ଭାଲୁଗାଡର ରଞ୍ଜିତା କାଲୋ ନାମ୍ନୀ ଜନୈକା ମହିଳାଙ୍କ ସହ ଉକ୍ତ ଠକ ଗତ ୨୦୨୪ରେ ଫେସବୁକ୍ ରେ ବନ୍ଧୁତା ସ୍ଥାପନ କରି ସମ୍ପର୍କରେ ଆସିବା ପରେ ତାଙ୍କ ପୁଅଝିଅ ଙ୍କୁ ଚାକିରୀ କରାଇ ଦେବାକୁ ତାଙ୍କ ଠାରୁ ଫୋନ୍ ପେ' , ବ୍ୟାଙ୍କ ଓ ନଗଦ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା। ପୁଣି ଆହୁରି ୧୦ ଲକ୍ଷ ଟଙ୍କା ମାଗି ବିଫଳ ହେବାରୁ ଚାକିରୀ ନ ଦେଇ କିମ୍ବା ଟଙ୍କା  ନଫେରାଇ ଓଲଟି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏଣୁ  ଠକେଇର ସନ୍ଦେହ ହେବାରୁ ଉକ୍ତ ମହିଳାଙ୍କ ପକ୍ଷରୁ ଭସ୍ମା ଥାନାରେ ଏକ ଏତଲାକ୍ରମେ ଏକ ମାମଲା ଋଜୁ ହୋଇ ତଦନ୍ତ ଆରମ୍ଭ ହୋଇ ସାଇବର ତଦନ୍ତ ହୋଇ ଉକ୍ତ ଠକକୁ  ଆସି ସୁନ୍ଦରଗଡ ପୁଲିସ ବଲାଙ୍ଗୀର ପ୍ୟାଲେସ ଲାଇନ୍ ରୁ ଉଠାଇ ନେଇଥିଲା। ଅଭିଯୁକ୍ତ ପାଖରୁ ଗୋଟିଏ ହୁଣ୍ଡାଇ କାର୍ , ଗୋଟିଏ ସାମସଙ୍ଗ ଟାବଲେଟ୍, ୮ ଟି ମୋବାଇଲ ଫୋନ୍, ୫ ଟି ଏଟିଏମ୍ କାର୍ଡ, ବିଭିନ୍ନ ବ୍ୟାଙ୍କର ୭ ଟି ପାସ୍ ବୁକ୍ ଓ ଚେକ୍ ବୁକ୍ ଆଦି ପୁଲିସ ଜବତ କରିଛି ବୋଲି ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ଠାରୁ ପ୍ରକାଶ। ଉକ୍ତ ଠକ ମହିଳାଙ୍କ ସହ ହନିଟ୍ରାପ୍ ସମ୍ପର୍କରେ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ଏପରି ଠକୁଥିବା ଓ  ଅନ୍ ଲାଇନ୍ ଜୁଆରେ ଟଙ୍କା ଲଗାଣ କରି ଉଡାଉଥିବା ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ।  ଅଭିଯୁକ୍ତ ଠକ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନାନ୍ତର୍ଗତ କନ୍ଦାଜୁରୀର କରିସ୍ମା ନାମ୍ନୀ ଯୁବତୀଙ୍କୁ ବିବାହ କରି ବଲାଙ୍ଗୀର ପ୍ୟାଲେସ ଲାଇନ ର ଏମ୍ ସ ସ୍କୁଲ୍ ପାଖରେ ଏକ ଭଡାଘରେ ରହୁଥିଲା। ତଦନ୍ତରେ ଭସ୍ମା ବା ସୁନ୍ଦରଗଡ ପୁଲିସ ଅଭିଯୁକ୍ତ ଠକର  ଅନ୍ଯାନ୍ଯ ସହଯୋଗୀ ଓ ଆଉ କେଉଁ କେଉଁ ଠକେଇ ଘଟଣାରେ ସେ ଜଡିତ ରହିଛି , ସେ ସମ୍ପର୍କରେ ଅଧିକ ତଥ୍ଯକୁ ତଦନ୍ତର ପରିସରଭୁକ୍ତ  ନକରିବା ଓ ଜବତ ମୋବାଇଲ, ପାସ୍ ବୁକ୍, ଟାବଲେଟ୍ ଇତ୍ୟାଦିର ତଥ୍ଯରୁ ସବିଶେଷ ତଥ୍ଯପ୍ରମାଣ ବାହାର କରି ଅଭିଯୁକ୍ତଠକର ସମ୍ପୂର୍ଣ୍ଣ କାର୍ଯ୍ୟକଳାପର ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରିଛି କି ନାହିଁ ; ଜଣାପଡିବ ନାହିଁ। ଏ ସମ୍ପର୍କରେ ପଚରା ଯିବାରୁ ଭସ୍ମା ପୁଲିସ କହିଛି ଯେ, ଅଭିଯୁକ୍ତ ଠକର ଉପରୋକ୍ତ ସ୍କୁଟି ଓ ସୁବର୍ଣ୍ଣପୁର ବା ଭୁବନେଶ୍ବରରେ ଫ୍ଲାଟ୍ ଠକେଇ ଇତ୍ୟାଦିର ସେପଟେ ଅନ୍ଯ ଏତଲା ଋଜୁ କରାଯାଇ ସେଠିକା ପୁଲିସ ତଦନ୍ତ କଲେ ସେମାନେ ସହଯୋଗ କରିବେ। ଉକ୍ତ ଠକ ସମ୍ପର୍କରେ ସୋନପୁରରେ ରହୁଥିବା ବୀରମହାରାଜପୁର ଆଡର ଜଣେ ଏନଜିଓ (ସି ଏସ୍ ପି) ବାଲା ସୁଶାନ୍ତ ମଲ୍ଲିକ ଏବଂ କୃଷି ବିଭାଗରେ ଚାକିରୀ କରୁଥିବା ଓ ଏବେ ଚାକିରୀ ଛାଡିଦେଇ ଲୋକଙ୍କୁ କୁଆଡେ ଚାକିରୀ ଦେଉଥିବା ଜନୈକ ବୁଲେଟ୍ ବାଲା.. ...ମହାକୁଡ , ଜନୈକ ... ପଣ୍ଡା ପ୍ରମୁଖ ଏକାଧିକ ଏଜେଣ୍ଟ ଜରିଆରେ ଠକେଇର ଜାଲ ବିସ୍ତାର କରିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ। ଏଣୁ ସୋନପୁରର ଏସବୁ(ଲୋକଙ୍କୁ ଚାକିରୀ ଦେଉଥିବା, କାହିଁକି କାହା ପାଖରେ ଠକର ସ୍କୁଟି ରଖିଥିବା ଏବଂ ତାହାର ଫଟୋ ତଥା ଭୁବନେଶ୍ବରର ଉପରୋକ୍ତ ତଥାକଥିତ ବିକ୍ରି ମୂଲ୍ଯବାନ ଫ୍ଲାଟ୍ ର ଫଟୋ ଦେଇଥିବା ରହସ୍ୟମୟ ବ୍ୟକ୍ତିମାନେ କିଏ , ପୁଲିସ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଦ୍ବାରା ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି ଲୋକେ ମତପ୍ରକାଶ କରିଛନ୍ତି। କାରଣ ଏଭଳି ଜଣେ ଠକର ଅଦ୍ୟାବଧି ରାଜ୍ୟର ଅନ୍ଯାନ୍ଯ ଅଞ୍ଚଳର ଠକେଇ ଅପରାଧର ସମ୍ପୂର୍ଣ୍ଣ ତଦନ୍ତର ଆବଶ୍ୟକତା ରହିଛି। ଏ ଦିଗରେ ରାଜ୍ୟ ପୁଲିସ ଡିଜି ଓ ଗୃହବିଭାଗ ସମେତ ମୁଖ୍ଯମନ୍ତ୍ରୀଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   23-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   22-Jun-2026
  ଜିଲ୍ଲା  
ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   22-Jun-2026
  ଜିଲ୍ଲା  
*ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   22-Jun-2026
  ଜିଲ୍ଲା  
ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   22-Jun-2026
  ଜିଲ୍ଲା  
ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   22-Jun-2026

You Might Also Like