-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-May-2026
ବଲାଙ୍ଗୀର- ଆଜି ସ୍ଥାନୀୟ ପଶ୍ଚିମାଂଚଳ ବିଦ୍ୟୁତ ଶ୍ରମିକ ସଂଘର ଶ୍ରମିକ ଭବନ ଠାରେ ପଶ୍ଚିମାଂଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚ ଆନୁକୂଲ୍ୟ ରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହୋଇଯାଇଛି । ମଂଚର ପ୍ରତିଷ୍ଠାତା ସଭାପତି ତଥା ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ସଭା ପ୍ର୍ାରମ୍ଭରେ ଲାଲ ପତାକା ଉତ୍ତୋଳନ କରି ଦିବସକୁ ଉଦ୍ଘାଟନ କରିଥିଲେ । ଶ୍ରମିକ ନେତା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ଦେଲା ପରେ ଶ୍ରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଶ୍ରମିକ ମାନଙ୍କୁ ଏକଜୁଟ୍ ହୋଇ ବୈଜ୍ଞାନିକ ପଦ୍ଧତିରେ ଆନ୍ଦୋଳନ କରି ସରକାର ଓ ଟାଟା ପାୱାରର ଶ୍ରମିକବିରୋଧୀ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଯଦି ଟାଟା ପାୱାର୍ ଶ୍ରମିକ ମାନଙ୍କୁ ଛଟେଇ କରେ ତେବେ ସଂଗଠିତ ହୋଇ ଶ୍ରମିକ ମାନଙ୍କ ଦ୍ୱାରା ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର
ଉଦ୍ବୋଧନ ଦେଇଥିଲେ । ମଂଚର ସାଧାରଣ ସଂପାଦକ ବିଭୂତିଶଙ୍କର ବିନ୍ଧାଣୀଙ୍କ ସଂଯୋଜନାରେ ସଭାପତି ମନୋରଂଜନ ସାହୁ ନିଜ ଉଦବୋଧନରେ ଅତୀତରେ ସଂଗଠନ ଦ୍ୱାରା ଅନେକ ଦାବି ହାସଲ କରାଯାଇଥିବା ସୂଚନା ଦେଇଥିଲେ । ସଭାରେ ଉପସଭାପତି ରବି ମିଶ୍ର, ସର୍କଲ ସଂପାଦକ ସର୍ଜନ ବାରିକ, ରାଜ୍ୟ ଜଳ ଯୋଗାଣ ସଂଘର ସଭାପତି ସୀମାଞ୍ଚଳ
ପଣ୍ଡା, ଶିକ୍ଷକ ନେତା ନରେନ୍ଦ୍ରନାଥ ମିଶ୍ର, ଡିଭିଜନ ସଂପାଦକ କଷ୍ଟ ବେହେରା, ସୋନପୁର ସଂପାଦକ ଶେଖ ଅଲିମୁଦ୍ଦିନ, ସୁନୀଲ କ୍ଷେତୀ, କମଳ ରାଉତ, ଜ୍ୟୋତିରଂଜନ ମିଶ୍ର, ମନୋରଂଜନ ଓଝା, ଚିତ୍ତରଂଜନ ବଗର୍ତ୍ତୀ ଓ ସତ୍ୟ କର୍ମୀ ପ୍ରମୁଖ ନିଜସ୍ୱ ମତାମତ ପ୍ରଦାନ କରି ସଂଗଠନକୁ ସୁଦୃଢ଼ କରିବା ପାଇଁ ନିବେଦନ କରିଥିଲେ । ଶେଷରେ ଶ୍ରମିକ ନେତା ରଣରାଜ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।