-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||     

HOME   ଜିଲ୍ଲା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ

01-May-2026



ମହିଳା ମାନଙ୍କ ଅବଦାନ ଓ ତ୍ୟାଗ ବିନା ସ୍ୱାଧୀନତା ସଂଗ୍ରାମ ସଫଳ ହୋଇନଥାନ୍ତା: ମାଧବ କୌଶିକ 

ଭୁବନେଶ୍ବର(ପ୍ରେରଣା ଖବର): ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ଓଡ଼ିଆ ଲେଖିକା ପଦ୍ମଭୂଷଣ ପ୍ରତିଭା ରାୟ | ସେ କହିଥିଲେ ଯେ,  ନାରୀ 

ମାନେ ହେଉଛନ୍ତି ଦେଶର ନୈତିକ ଶକ୍ତି। କୁନ୍ତଳା କୁମାରୀ ସାବତ, ସରଳା ଦେବୀ, ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି ଆଦି ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ସେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ସାହିତ୍ୟ ଅକାଦେମିର ସଭାପତି ଡ. ମାଧବ କୌଶିକ। ସେ କହିଥିଲେ ଯେ ମହିଳାମାନଙ୍କ ଅବଦାନ ଓ ତ୍ୟାଗ ବିନା ସ୍ବାଧୀନତା ସଂଗ୍ରାମ ସଫଳ ହୋଇପାରି ନଥାନ୍ତା। ସାହିତ୍ୟ ଅକାଦେମି ତରଫରୁ ପ୍ରଥମ ଥର ପାଇଁ ମହାନ ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେଉଛି। ଅକାଦେମି ସ୍ଵୀକୃତ ଅନ୍ୟାନ୍ୟ ଭାଷାରେ ମଧ୍ୟ ଭାରତୀୟ ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହା ବାଟ ଦେଖାଇବ। ଗାନ୍ଧୀବାଦ ସମ୍ପର୍କରେ ସେ ଯୋଡ଼ିଥିଲେ ଯେ ଏହି ବିଚାର ଓ ଜୀବନ ଶୈଳୀ ନର୍କକୁ ନାରାୟଣରେ ରୂପାନ୍ତରିତ କରିଦିଏ। ଏହି ଅଧିବେଶନରେ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଜ୍ୟୋତ୍ସ୍ନା କୁମାରୀ ବିଶ୍ବାଳ ରାଉତ। ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ଓଡ଼ିଆ ଲେଖକ ଓ ସ୍ତମ୍ଭକାର ଦାଶ ବେନହୁର। ଆଲୋଚ୍ୟ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ ପୂର୍ବକ ଗଡ଼ଜାତ ଅଞ୍ଚଳର ସଂଗ୍ରାମୀ ନାରୀମାନଙ୍କ ସମ୍ପର୍କରେ ଅଧିକ ଗବେଷଣା ଜରୁରୀ ବୋଲି ସେ ମତ ଦେଇଥିଲେ। ସ୍ବାଗତ ଭାଷଣ ଦେଇଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ଯାଳୟର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାଏକ | ସମ୍ମାନିତ ଅତିଥି ଭାବରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ର. ଚଣ୍ଡୀ ଚରଣ ରଥ ଯୋଗ ଦେଇଥିବା ବେଳେ ଉଦଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀମତୀ ମନସ୍ଵିନୀ ସାହୁ | କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ର. ଯତୀନ୍ଦ୍ର କୁମାର ନାୟକ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡ. ବୈଷ୍ଣବ ଚରଣ ମହାନ୍ତି, ପ୍ର. ବିଜୟ କୁମାର ଶତପଥୀ 

ଏବଂ ପ୍ର. ସଂଘମିତ୍ରା ମିଶ୍ର | ପ୍ରଥମ ଅଧିବେଶନରେ ଡ. ସସ୍ମିତା କର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରି ଥିଲେ ଡ. ସରୋଜିନୀ ପାଣି | ସେହିଭଳି ଦ୍ବିତୀୟ ଅଧିବେଶନ ରେ ଡ.ବାସନ୍ତୀ ମହାନ୍ତି, ଡ.ବାସୁଦେବ ସୁନାନୀ ଏବଂ ଡ. ସଂଘମିତ୍ରା ଭଞ୍ଜ ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ସଭାପତିତ୍ଵ କରିଥିଲେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ଵରଞ୍ଜନ | ଏଥିରେ ଡ. ପୁଷ୍ପିତା ଶୁକ୍ଳ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁଲତା ସାହୁ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026

You Might Also Like