-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ଗଞ୍ଜାମ /(ଭଗବାନ ପାଢୀ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ (ବାଜାଜ ପଲସର ସହ ହିରୋ ଆଇସ୍ମାର୍ଟ)ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ।
ଆଜି ଦିନ ଦ୍ୱିପହରରେ କୋଦଳା ଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ
ମଧ୍ୟରେ ଦେଓଗାଁ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୪ ଜଣ ଗୁରୁତର ହୋଇଥିଲେ ।
ଘଟଣା ସ୍ଥଳରେ ଦେଓଗାଁ ଗ୍ରାମବାସୀ ପହଂଚି ସେଇମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସିି ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ହୋଇଥିବା ବ୍ୟକ୍ତି ମାନେ ହେଲେ
ବୁଗୁଡ଼ା ଗ୍ରାମର ଶଙ୍କର ସାହୁ(୪୦), ଶୁଭଶ୍ରୀ ସାହୁ(୧୯), ଲିପ୍ଶାରାଣୀ ସାହୁ(୧୮) ଓ ଥୁରୁବୁରି ଗ୍ରାମର ସୁଦର୍ଶନ ମହାନ୍ତି(୪୦) । ଏଇମାନଙ୍କ ମଧ୍ୟରୁ ଶଙ୍କର ସାହୁ, ଲିପ୍ସାରାଣୀ ସାହୁଏହି ଦୁଇ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସୁଦର୍ଶନ ମହାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଂଚି ଗାଡି ଦୁଇଟିକୁ ସିଜ କରିବା ସହ ତଦନ୍ତ ଚଳାଇଛନ୍ତି ।