-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ପବିତ୍ର ମହା ଶିବରାତ୍ରି ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ତିନିଦିନିଆଁ ସଫେଇ ଶିବିର ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ରବିବାର ଦ୍ଵିତୀୟ ଦିନରେ ଶ୍ରୀ ରାମେଶ୍ୱର ଶୈବ ପୀଠ ଠାରେ
ସଫେଇ କରାଯାଇଥିଲା l ଗତକାଲି ସୁବର୍ଣ୍ଣପୁରର ଅଧିଷ୍ଠାତା ଦେବ ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ସଫେଇ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ସୋମବାର ଦିନ ପଟାଭାଡି ସ୍ଥିତ ଶ୍ରୀ ଲୋକନାଥ ମନ୍ଦିର ଠାରେ ସଫେଇ ଅଭିଯାନ କରାଯିବର କାର୍ଯ୍ୟକ୍ରମ ରହିଥିବା ବିଷୟ ଅନୁଷ୍ଠାନ ର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ପ୍ରକାଶ କରିଛନ୍ତି l ଆଜିର ଏଇ ଅଭିଯାନ ସ୍ୱଚ୍ଛ ଭାରତ ସଂଗଠନର ସଭାପତି ଲଷ୍ମୀନାରାୟଣ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସଂଗଠନର ଉପଦେଷ୍ଟା ବିନୋଦ ମେହେର, କୃଷ୍ଣ ଚନ୍ଦ୍ର ବିଶି, ଅଶୋକ ହୋତା, ଅନନ୍ତ ପାଣିଗ୍ରାହୀ,
ସୌରଭ ଖମାରି, ବରିଷ୍ଠ ସଭ୍ୟl ପଦ୍ମାବତୀ ମେହେର, ଇନ୍ଦୁମତୀ ପୁରୋହିତ, ବରିଷ୍ଠ ସଭ୍ୟ ରାମଚନ୍ଦ୍ର ଆଗ୍ରୱାଲା, ଲଡ଼ୁ କିଶୋର ମଲ୍ଲିକ, ସିମାଞ୍ଚଳ ହୋତା, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ନାରାୟଣ ରଥ, ତ୍ରିଲୋଚନ ତରିଆ, ରମୁ ତିୱାର, କାନ୍ହୁ ସାହୁଙ୍କ ସମେତ ସକ୍ରିୟ ସଭ୍ୟ ପ୍ରତାପ ଦାଶ, ପ୍ରମୋଦ ମାହାଣା, ଆନନ୍ଦ ସାହୁ, ଅମର ଭୁତ,କ୍ରିଷ୍ଣl ମେହେର, ଜୟନାରାୟଣ ସାହୁ ଓ ୟୋଗେସ ଆଗ୍ରୱାଲା, ଚନ୍ଦନ କୁମାର ପ୍ରମୁଖ ଯୋଗ ଦେଇଥିଲେ l