-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ଦେଓଗାଁ(ଅନ୍ତର୍ଯ୍ୟାମୀ ସାହୁ) ଦେଓଗାଁ ବ୍ଲକରେ ଗତ ୨୨ତାରିଖରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଶନିବାର ୧୦ଟାରୁ ଦେଓଗାଁ ବ୍ଲକରେ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହୋଇଛି। ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ମମତା କୁମୁରା ୮୦୨୩ ଖଣ୍ଡ ଭୋଟ ପାଇ ଆଗୁଆ ଥିବା ବେଳେ କଂଗ୍ରେସର କବିତା ଭୋଇ ୬୬୪୨ ଖଣ୍ଡ ପାଇ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ବିଜେପିର ତୁଲାନ୍ଦ୍ରୀ କୁଅଁର ୪୬୩୫ଖଣ୍ଡ ଭୋଟ ପାଇ ପଛକୁ ରହିଛନ୍ତି। ଏହି ଜୋନରୁ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପାଖକୁ ୧୦ହଜାର ୩୨୧, କଂଗ୍ରେସକୁ ୮୧୪୦ ଓ ବିଜେପିକୁ ୭ହଜାର ୧୭୫ଖଣ୍ଡ ଭୋଟ ଯାଇଥିବା ବେଳେ ସ୍ବାଧୀନ ଦଳକୁ ୪୧୬ଖଣ୍ଡ ଭୋଟ ଯାଇଥିଲା।